କନକ ବ୍ୟୁରୋ: ଗିରଫ ହୋଇପାରନ୍ତି ପାକିସ୍ତାନରୁ ନିଜ ପ୍ରେମ ପାଇଁ ଭାରତ ଆସିଥିବା ସୀମା ହାଇଦର । କାରଣ ତାଙ୍କ ଉପରେ ତନାଘନା ଯାଞ୍ଚ ଆରମ୍ଭ କରିଛି ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍ (ଏଟିଏସ୍) । ସୀମାଙ୍କ ବାବଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ନୋଏଡା ଓ ଗାଜିଆବାଦ ପୁଲିସର ସହଯୋଗ ଲୋଡିଛି ଉତ୍ତରପ୍ରେଦେଶ ଏଟିଏସ୍ ।

Advertisment

ମିଳିଥିବା ସୂଚନା ମୁତାବକ, ପାକିସ୍ତାନରୁ ଦୁବାଇ , ସେଠାରୁ ନେପାଳ ପୁଣି ନେପାଳରୁ ଭାରତ କିପରି ଆସିଲେ ସୀମାଙ୍କର ପୁରା ନେଟୱର୍କ ଯାଞ୍ଚ କରୁଛି ଏଏଟିଏସ୍ । ଏହାସହ ସଚିନ ସହ ସୀମାଙ୍କ ସମ୍ପର୍କ କେବେଠାରୁ ଆରମ୍ଭ ହେଲା , ଦୁହିଁଙ୍କ ମଧ୍ୟରେ ଫୋନରେ କ’ଣ କଥାବାର୍ତ୍ତା ହୋଇଛି ସେ ନେଇ ମଧ୍ୟ ଯାଞ୍ଚ ହେଉଛି । ପ୍ରକୃତ କଥା ହେଉଛି ବିନା କୌଣସି ସାହାଯ୍ୟରେ ଦୁବାଇରୁ ନେପାଳ ରାସ୍ତାରେ ଭାରତ ଏତେ ସହଜରେ ଆସିବା ଘଟଣା କାହାରିକୁ ବିଶ୍ୱାସ ହେଉନାହିଁ । ତେଣୁ ସୀମାଙ୍କ ପୁରୁଣା ମୋବାଇଲର ପତା ଲଗାଉଛି ୟୁପି ଏଟିଏସ୍ ।

କହିରଖୁଁ , ସୀମା ଭାରତ ଆସିବା ପରେ ତାଙ୍କୁ ତାଙ୍କ ପରିବାର ଲୋକେ ଓ ସାଙ୍ଗସାଥୀ ଆଉ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହାସହ ସୀମା ଭାରତ ଆସିବା ପରେ ପାକିସ୍ତାନରେ ଥିବା ଭାରତୀୟଙ୍କ ଉପରେ ବିିପଦ ସୃଷ୍ଟି ହୋଇଛି ବୋଲି କୁହାଯାଉଛି । ଅନ୍ୟପଟେ ନିଜ ସ୍ତ୍ରୀକୁ ଫେରି ଆସିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି ସୀମାଙ୍କ ସ୍ୱାମୀ ।