କନକ ବ୍ୟୁରୋ : ସାନିଆ ମୀର୍ଜା ଓ ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଭାରତ ସହ ପାକିସ୍ତାନ ମିଡିଆରେ ସେଲିବ୍ରେଟିଙ୍କ ବିବାହ ବିଚ୍ଛେଦ ପରେ ଅନେକ ପ୍ରକାର ଖବର ପ୍ରସାରଣ ହେଊଛି । ସବୁଠୁ ବଡ କଥା ହେଉଛି ସାନିଆଙ୍କୁ ମିଳୁଛି ପାକିସ୍ତାନରୁ ଭରପୂର ସମର୍ଥନ । ସାନିଆଙ୍କ ସମର୍ଥନରେ ଓ ସୋହେବଙ୍କ ବିରୋଧରେ ସୋସିଆଲ ମିଡିଆ ଫଲୋର ଆଗକୁ ଆସୁଛନ୍ତି । ୨୦୧୦ରେ ପ୍ରେମ ବିବାହ କରିଥିଲେ ଓ ୧୪ବର୍ଷ ପରେ ପରସ୍ପରଠୁ ଅଲଗା ହୋଇଛନ୍ତି । ଜାନୁଆରୀ ୨୦ରେ ସୋଏବ ୨ୟ ବିବାହ କରିିଥିବା ଖବର ଫଟୋ କରି ଜଣାଇଥିଲେ ।