ଟ୍ରକ୍ ପଛପଟେ ଯଦି କେବେ ନଜର କରିଥିବେ ତେବେ ବିଭିନ୍ନ ହସକଥା,ସାଏରୀ ଏବଂ ଚିତ୍ରପଟ ସଜ୍ଜିତ ହୋଇଥିବା ଦେଖିଥିବେ । କିନ୍ତୁ ପାକିସ୍ତାନର କିଛି ଅଞ୍ଚଳର ଟ୍ରକ୍ ଡ୍ରାଇଭରମାନେ ଏଭଳି ଜଣେ ଝିଅର ଚିତ୍ରକୁ ଭିନ୍ନ ଭିନ୍ନ ଅନ୍ଦାଜରେ ଚିତ୍ରିତ କରି ନିଜ ଟ୍ରକ୍ ପଛରେ ଆଙ୍କୁଛନ୍ତି ଯାହା ପଛର କାହାଣୀକୁ ଶୁଣିଲେ ଆପଣ ମଧ୍ୟ ଏହି ଟ୍ରକ ଚାଳକଙ୍କୁ ସଲାମ୍ କରିବେ ।
Especially for you : ) pic.twitter.com/eFMWUVgVj3
— Samar MinAllah Khan (@SamarMinallahKh) October 30, 2018
ଚିତ୍ରିତ ହୋଇଥିବା ଏହି ଛୋଟ ଝିଅଟିକୁ ଭିନ୍ନ ଭଙ୍ଗୀରେ ଅଙ୍କାଯାଇଛି । ବାସ୍ତବରେ ଏହା କେବଳ ଏକ ମନଗଢା ଚିତ୍ର ଏହି ଝିଅଟିର କୌଣସି ବାସ୍ତବତା ନାହିଁ । କିନ୍ତୁ ଚିତ୍ର ପଛରେ ଥିବା ସାମାଜିକ ବାର୍ତ୍ତା କିଭଳି ଭାବରେ ସମସ୍ତଙ୍କ ପାଖରେ ପହଚିଂପାରିବ ଏଥିପାଇଁ ଟ୍ରକ ଚାଳକଙ୍କ ପକ୍ଷରୁ ଏଭଳି ଏକ ଜନହିତକର କାର୍ଯ୍ୟକୁ ବଢାବା ଦିଆଯାଇଛି । ପାକିସ୍ତାନରେ କିଭଳି ଭାବେ ପ୍ରତି ଘରେ ଝିଅଙ୍କୁ ଶିକ୍ଷିତ ହେବାର ମଉକା ମିଳିବ ଏବଂ ସମାଜରେ ସେମାନଙ୍କୁ ଯେଭଳି ବରାବର ସମ୍ମାନ ମିଳିବ ଏନେଇ ଏହି ବାର୍ତ୍ତା ପ୍ରେରିତ କରୁଛି ପାକ୍ ଟ୍ରକ୍ ଡ୍ରାଇଭର୍ ସଂଘ ।
ପ୍ରଥମେ ଏହି ଟ୍ରକ୍ ପଛରେ ସିନେମା ତାରକାଙ୍କ ଚିତ୍ର ଅଙ୍କାଯାଉଥିଲା କିନ୍ତୁ ବର୍ତ୍ତମାନ ଏଭଳି ଜାଗୃତ ବାର୍ତ୍ତା ଦିଆଯାଉଛି । ତେବେ ଏହା କେବଳ କିଛି ଟ୍ରକ୍ ରେ ଦେଖାଯାଉଥିଲା କିନ୍ତୁ ଏହି ଖବର ଉପରେ ସମର୍ ଏସିଆନ୍ ଡେଭଲପମେଣ୍ଟ୍ ବ୍ୟାଙ୍କ ଏବଂ ୟୁନେସ୍କୋର ନଜର ପଡିବା ପରେ ଏହା ଏବେ ଏକ ପ୍ରୋଜେକ୍ଟରେ ପରିଣତ ହେଲାଣି । ଯେଉଁଥିରେ ପେଣ୍ଟ୍ ର ସମ୍ପୁର୍ଣ୍ଣ ଖର୍ଚ୍ଚ ୟୁନେସ୍କୋ ଉଠାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/idiva_pakistan_trucks_girl_rights_lead1.jpg)
/kanak/media/post_attachments/wp-content/uploads/2018/12/page-10-300x157.jpg)