କାଶ୍ମୀର ଉପରେ ଦଖଲ ନେଇ ଜୈଶ-ଏ-ମହମ୍ମଦ କମାଣ୍ଡର ମାସୁଦ ଆଜାରର ନୂଆ ଷଡଯନ୍ତ୍ର । କାନ୍ଧହାରା ପହଁଚି ତାଲିବାନ ସହ-ପ୍ରତିଷ୍ଠାତା ମୁଲାହ ବାରଦାରଙ୍କୁ ଭେଟିଲା ମୋଷ୍ଟ ୱାଂଟେଡ୍ ଆତଙ୍କୀ

326

କନକ ବ୍ୟୁରୋ: ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ତଥା ୨୬-୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ମୌଲାନା ମାସୁଦ ଆଜାର କାଶ୍ମୀର ଉପରେ କବଜା କରିବା ପାଇଁ ନୂଆ ଯୋଜନା କରୁଛି । ଏନେଇ ଆଫଗାନିସ୍ତାନ କାନ୍ଦାହାର ଗସ୍ତ କରି ତାଲିବାନର ସହ-ପ୍ରତିଷ୍ଠାତା ମୁଲାହ ଅବଦୁଲ ଘନି ବରଦାରିକୁ ଭେଟିଛି ଆଜାର ।

ଆଫଗାନିସ୍ତାନରେ କବଜା କରିବା ପରେ ଦେଶରେ ଆତଙ୍କରାଜ ଚଳାଇଥିବା ତାଲିବାନିଙ୍କ ସାହାଯ୍ୟ ଲୋଡିଲେ ଜୈଶ-ଏ-ମହମ୍ମଦର ମୁଖ୍ୟ ତଥା ୨୬-୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ମୌଲାନା ମାସୁଦ ଆଜାର । କାଶ୍ମୀର ଦଖଲ ପାଇଁ ଆଫଗାନିସ୍ତାନ, କାନ୍ଧାହାର ଗସ୍ତ କରି ତାଲିବାନ ସହ – ପ୍ରତିଷ୍ଠାତା ମୁଲାହ ଅବଦୁଲ ଘନି ବରଦାରିକୁ ଭେଟିଛି ଆଜାର ଏବଂ ତାଙ୍କ ସହ ଜମ୍ମୁ-କାଶ୍ମୀର ଅକ୍ତିଆର କରିବା ନେଇ ଆଲୋଚନା କରିଥିବା ସୂଚନା ମିଳିଛି । ଆଫାଗାନିସ୍ତାନ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ – ମାସୁଦ ଆଜାର, ଆତଙ୍କୀ ସଙ୍ଗଠନ ତାଲିବାନର ପ୍ରଶଂସା କରିଛି । ଆଫଗାନିସ୍ତାନ ସରକାରକୁ ଭାଙ୍ଗିବା ଏବଂ ଆମେରିକା ସେନାକୁ ବଡ ସବକ ଶିଖାଇବାରେ ତାଲିବାନ ସଫଳ ହୋଇଥିବା ଆଜାର ଆଫଗାନ ଗଣମାଧ୍ୟମକୁ କହିଛି ।

ତାଲିବାନିଙ୍କ ସହ ମାସୁଦ ଆଜାରଙ୍କ ସମ୍ପର୍କ ବେଶ ଘନିଷ୍ଠ । ୧୯୯୯ ମସିହାରେ ଆଜାରକୁ ଭାରତୀୟ ଜେଲରୁ ବାହାର କରିବା ପାଇଁ ଇଣ୍ଡିଆନ ଏୟାରଲାଇନ୍ସର ଆଇସି-୧୮୪ ବିମାକୁ ହାଇଜାକ୍ କରିଥିଲା ତାଲିବାନ । ବିମାନକୁ ହାଇଜାକ୍ କରାଯାଇ ଆଫଗାନିସ୍ତାନ କାନ୍ଧାହାରକୁ ନିଆଯାଇଥିଲା ତାଲିବାନ । ଫଳରେ ମାସୁଦ ଆଜାରକୁ ଛାଡିବାକୁ ବାଧ୍ୟ ହୋଇଥିଲା ଭାରତ । ଏବେ ଆଫଗାନିସ୍ତାନରେ ତାଲିବାନର ରାଜ ପୁଣି ଆରମ୍ଭ ହୋଇଯିବା ପରେ ମାସୁଦ ଆଜାର, ପୁଣିଥରେ ତାଲିବାନ ସହ ମିଶି ଭାରତରେ ଆତଙ୍କୀ ଆକ୍ରମଣ କରିବାର ଯୋଜନାରେ ଅଛି । ଆଫଗାନ ଗଣମାଧ୍ୟମକୁ ଆଜାର କହିଛି, ସେ ଏବେ ‘ମଂଜିଲ କି କରିବ’ ବା ଲକ୍ଷର ନିକଟତର ହୋଇସାରିଛି ।

ତେବେ ତାଲିବାନକୁ ନେଇ ସିଡିଏସ ଜେନେରାଲ ବିପିନ ରାୱତ ପୂର୍ବରୁ ବୟାନ ଦେଇଛନ୍ତି ଯେ, ତାଲିବାନ ପାଇଁ ଭାରତରେ ଆତଙ୍କବାଦୀ ଗତିବିଧି ବଢିବାର ସମ୍ଭାବନା ରହିଛି । ହେଲେ ସବୁ ସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି । ଜମ୍ମୁ କାଶ୍ମୀରରେ ପ୍ରତ୍ୟେକ ଆତଙ୍କବାଦୀ ଷଡଯନ୍ତ୍ରର ମୁହଁତୋଡ ଜବାବ ଭାରତ ।