ଗିରଫ ହେଲା ପାକ୍ ଆତଙ୍କବାଦୀ । ୧୫ ବର୍ଷ ଧରି ଦିଲ୍ଲୀକୁ କରିଥିଲା ଠିକଣା । ଅସରଫ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

Advertisment
ଗିରଫ ହେଲା ପାକ୍ ଆତଙ୍କବାଦୀ । ୧୫ ବର୍ଷ ଧରି ଦିଲ୍ଲୀକୁ କରିଥିଲା ଠିକଣା । ଅସରଫ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
କନକ ବ୍ୟୁରୋ: ଦିଲ୍ଲୀ ଲକ୍ଷ୍ମୀ ନଗରରୁ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ।  ସୂଚନା ମୁତାବକ, ଆତଙ୍କବାଦୀ ଗତ ୧୫ ବର୍ଷ ଧରି ଦିଲ୍ଲୀରେ ରହୁଥିଲେ ଏବଂ ତାଙ୍କ ପାକିସ୍ତାନୀ ସହଯୋଗୀଙ୍କ ସହ କ୍ରମାଗତ ଯୋଗାଯୋଗରେ ଥିଲେ। ଆତଙ୍କବାଦୀ ଅଶରଫ ଦିଲ୍ଲୀରୁ ପାକିସ୍ତାନ ସହଯୋଗୀଙ୍କୁ ସୂଚନା ପଠାଉଥିଲେ। ଜାଣନ୍ତୁ ପାକିସ୍ତାନୀ ଆତଙ୍କବାଦୀ ଅସରଫ  ବିଷୟରେ ପାଞ୍ଚଟି ବଡ ତଥ୍ୟ ।
ସୂଚନା ଅନୁଯାୟୀ, ପାକିସ୍ତାନୀ ଆତଙ୍କବାଦୀ ଅସରଫ  ନିଜେ ଦିଲ୍ଲୀରେ ବିବାହ କରିଥିଲେ। କିନ୍ତୁ, ତାଙ୍କ ପତ୍ନୀ ତାଙ୍କ ସହିତ ରୁହନ୍ତି ନାହିଁ । ସୂତ୍ରରୁ ପ୍ରକାଶ ଯେ, ସେ ପଚରାଉଚରାରେ ଅନେକ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲା । ପୋଲିସ ଆଜି ଅସରଫକୁ କୋର୍ଟରେ ହାଜର କରିବାର ସୂଚନା ରହିଛି ।
ଦିଲ୍ଲୀ ପୋଲିସର ସୂଚନା ମୁତାବକ,, ଆତଙ୍କବାଦୀ ଏକ ବଡ଼ ଅପରାଧର ସନ୍ଧାନରେ ଥିଲା । ଅସରଫ ଠାରୁ  ଜିହାଦି ପତ୍ରିକା, ୧୨୦ ରାଉଣ୍ଡ ଗୁଳି, ଏକ ଗ୍ରେନେଡ, ଏବଂ ୨ଟି ଅତ୍ୟାଧୁନିକ ପିସ୍ତଲ ସହିତ ଏକ-୪୭ ରାଇଫଲ ଉଦ୍ଧାର କରାଯାଇଛି। ରାତି ୯.୩୦ ରେ ଅତି ସତର୍କତାର ସହିତ ଅସରଫକୁ ଗିରଫ କରାଯାଇଥିବା କୁହାଯାଉଛି।
ଡେପୁଟି କମିଶନର ଅଫ୍ ପୋଲିସ (ସ୍ପେଶାଲ ସେଲ) ପ୍ରମୋଦ ସିଂ କୁଶୱାହା କହିଛନ୍ତି ଯେ ,ପାକିସ୍ତାନ ଅଧିକୃତ ପଞ୍ଜାବ ପ୍ରଦେଶର ବାସିନ୍ଦା ମହମ୍ମଦ ଅସରଫ ଓରଫ ଅଲି ଜାଲ୍ ଦସ୍ତାବିଜ ମାଧ୍ୟମରେ ଭାରତୀୟ ପରିଚୟ ପତ୍ର ହାସଲ କରିଛି। ସେ ଜଣେ ଭାରତୀୟ ନାଗରିକ ଭାବରେ ଦିଲ୍ଲୀରେ ଗତ ୧୫ ବର୍ଷ ଧରି ରହିଆସୁଥିଲା ।
ଦିଲ୍ଲୀ ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ , ଆତଙ୍କବାଦୀ ଅସରଫ ଦିଲ୍ଲୀର ଏକ ପାକିସ୍ତାନୀ ଆତଙ୍କବାଦୀ ସ୍ଲିପର ସେଲର ମୁଖ୍ୟ । ସ୍ଲିପର ସେଲର ମୁଖ୍ୟ ହେବା ଅର୍ଥ ହେଉଛି ଯଦି କୌଣସି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଦିଲ୍ଲୀରେ କିଛି ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଚେଷ୍ଟା କରୁଥିଲା ସେଥିପାଇଁ ଅସରଫ  ସହ ଯୋଗାଯୋଗ କରୁଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe