ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦାଲ ଇରାନର ଚାବାହରରୁ ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ଅପହରଣ କରି ନେଇଥିଲେ । ପାକିସ୍ତାନ ଏଜେନ୍ସିମାନେ ଗୁପ୍ତଚର ମାମଲାରେ ଯାଦବଙ୍କୁ ଜଡ଼ିତ କରି ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଜୈସ-ଅଲ- ଅଦାଲ ପାକିସ୍ତାନ ସୀମାରେ ଆତଙ୍କବାଦୀ ଘଟଣା ଘଟାଇଥାଏ ।
ଇରାନ ମଙ୍ଗଳବାର ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦାଲ ବିରୋଧରେ ଏୟାର ଷ୍ଟ୍ରାଇକ କରିଥିଲା । ଜୈସ-ଅଲ-ଅଦାଲ ସୀମାରେ ଆତଙ୍କବାଦୀ ଘଟଣା ଘଟାଇଥାଏ । ଏହା ହେଉଛି ସେହି ସଂଗଠନ ଯିଏ ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ଅପହରଣ କରି ନେଇଥିଲା । ଜୈସ-ଅଲ-ଅଦାଲ ସଦସ୍ୟମାନେ ହିଁ ଇରାନରୁ କୁଲଭୂଷଣ ଯାଦବଙ୍କୁ ଅପହରଣ କରି ନେଇଥିଲେ ଏବଂ ପରେ ତାଙ୍କୁ ଆଇଏସଆଇକୁ ହସ୍ତାନ୍ତର କରି ଦେଇଥିଲେ । ଜୈସ-ଅଲ-ଅଦାଲ ଇରାନର ଚାବାହରରୁ କୁଲଭୂଷଣଙ୍କୁ ଅପହରଣ କରି ନେଇଥିଲେ । ଏହା ପରେ ତାଙ୍କୁ ପାକିସ୍ତାନ ନିଆଯାଇଥିଲା । ଗୁପ୍ତଚର ମାମଲାରେ କୁଲଭୂଷଣଙ୍କୁ ଜଡିତ କରିବା ପାଇଁ ଏଠାରେ ଏକ ଷଡଯନ୍ତ୍ର କରାଯାଇଥିଲା । ଗୁପ୍ତଚର ମାମଲାରେ ପାକିସ୍ତାନୀ ଏଜେନ୍ସିମାନେ ଯାଦବଙ୍କୁ ଜଡିତ କରିଥିଲେ, ଏହା ପରେ ସେଠାରେ ଥିବା କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଯାଦବ ଏବେ ମଧ୍ୟ ପାକିସ୍ତାନରେ ଜେଲରେ ଅଛନ୍ତି। ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଭାରତ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । କୁଲଭୂଷଣ ଯାଦବଙ୍କ ମାମଲା ମଧ୍ୟ ଅନ୍ତର୍ଜାତୀୟ କୋର୍ଟରେ ଉଠିଛି ।
ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦାଲ ଉପରେ ଇରାନର ଆକ୍ରମଣ
ଏହି ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦିନ ପୂର୍ବରୁ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ଭେଟିଥିଲେ ଏବଂ ବୈଠକର ୪୮ ଘଣ୍ଟା ପରେ ପାରେ ଇରାନ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦାଲ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ କୁଲଭୂଷଣ ଯାଦବଙ୍କ ସହ ଜଡିତ ଅଛି ବୋଲି ବିଶ୍ଵାସ କରାଯାଏ । କୁଲଭୂଷଣ ଯାଦବଙ୍କ ବିରୋଧରେ ଜୈସ-ଅଲ-ଅଦାଲ ଏବଂ ପାକିସ୍ତାନ ଷଡଯନ୍ତ୍ର ରଚିଛନ୍ତି ।
ଜୈସ-ଅଲ-ଅଦାଲ ଇରାନ ସୀମା ଉପରେ ଆକ୍ରମଣ କରିଥିଲା
ଗତ କିଛି ମାସ ମଧ୍ୟରେ ଜୈସ-ଅଲ-ଅଦାଲ ଇରାନ ସୀମାରେ ଅନେକ ଥର ଆତଙ୍କବାଦୀ ଆକ୍ରମଣ କରିଥିଲା । ଏହି ଆକ୍ରମଣକୁ ନେଇ ଇରାନ ଅନେକ ଥର ପାକିସ୍ତାନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛି । ଗତ ବର୍ଷ ଡିସେମ୍ବର ୨୦୨୩ ରେ ପୋଲିସ ଷ୍ଟେସନ ଉପରେ ଆକ୍ରମଣ ହୋଇଥିଲା ଯେଉଁଥିରେ ପ୍ରାୟ ୧୧ ସୁରକ୍ଷା କର୍ମୀ ନିହତ ହୋଇଥିଲେ । ଏହି ଘଟଣାରେ ଇରାନ ଦୃଢ ଆପତ୍ତି ଜଣାଇ ପାକିସ୍ତାନକୁ ତାଗିଦ କରିଥିଲା । ଇରାନ କହିଛି ଯେ ପାକିସ୍ତାନ ଏହାର ସୀମାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହେଁ ।
ଇରାନ ଆକ୍ରମଣରେ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି
ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରି ଜୈସ-ଅଲ-ଅଦାଲ ର ଦୁଇଟି ବେସକୁ ଧ୍ୱଂସ କରିଦେଇଛି । ଇରାନ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଦୁଇ ନିରୀହ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଇରାନର ଏହି କାର୍ଯ୍ୟକୁ ପାକିସ୍ତାନ ନିନ୍ଦା କରିଛି ।