କ୍ରିକେଟର୍ କେ..ଏଲ୍ ରାହୁଲଙ୍କ ଉପରେ ଯୁବତୀ ଫିଦା ! ଜାଣନ୍ତୁ କିଏ ଏହି ମହିଳା

59

ଚଳିତ ଆପିଏଲ୍ ସିଜନର ତୃତୀୟ ଦାମୀ କ୍ରିକେଟର ପଂଜାବ ଏକାଦଶ ଟିମ୍ ର କେ.ଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ଦେଖି ରାହୁଲଙ୍କ ଫ୍ୟାନ୍ ଫଲୋଅର୍ସ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ମେ ୬ ତାରିଖରେ ରାଜସ୍ଥାନ ରୟାଲ୍ସ ବନାମ ପଂଜାବ ଏକାଦାଶ ମଧ୍ୟରେ ହୋଇଥିବା ମ୍ୟାଚରେ ଆକର୍ଷଣୀୟ ବ୍ୟାଟିଂ କରି ଟିମ୍ କୁ ବିଜୟର ସ୍ୱାଦ ଚଖାଇଥିଲେ ରାହୁଲ ।

ତେବେ ରାଜସ୍ଥାନ ବିପକ୍ଷରେ ଏଭଳି ରନର ପିଛା କରି ରାହୁଲଙ୍କ ବ୍ୟାଟିଂରେ ବୋଲ୍ଡ ହୋଇଛନ୍ତି ପାକିସ୍ତାନର କ୍ରୀଡା ସାମ୍ବାଦିକା ଜୈନବ ଅବାସ୍ । କେବଳ ଏତିକି ନୁହେଁ ଜୈନବ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ କେ.ଏଲ ରାହୁଲଙ୍କ ଭରପୁର ପ୍ରସସାଂ କରିଛନ୍ତି । ଆଉ କହିଛନ୍ତି ଯେ ରାହୁଲଙ୍କ ଏଭଳି ବ୍ୟାଟିଂ ଅଦ୍ଭୁତପୂର୍ଣ ଥିଲା ଯାହାକୁ ଦେଖି ତାଙ୍କୁ ଆନନ୍ଦ ଲାଗିଲା ।

କେବଳ ରାହୁଲ ନୁହେଁ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ଭାରତୀୟ କ୍ରିକେଟ୍ ଦଳ ଅଧିନାୟକ ବିରାଟ କୋହଲିଙ୍କ ସହିତ ଏକ ଫଟୋରେ ଚର୍ଚ୍ଚାରେ ଥିଲେ ଜୈନବ । ଗତବର୍ଷ ଇଂଲଣ୍ଡ ରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ସମୟରେ ଏକ ସେଲ୍ଫି ନେଇ ସୋସିଆଲ୍ ସାଇଟ୍ରେ ସେୟାର କରିଥିଲେ ଜୈନବ । ଯାହାକୁ ନେଇ ସୋସିଆଲ୍ ସାଇଟରେ ଚର୍ଚ୍ଚାରେ ଥିଲେ ଏହି ପାକିସ୍ତାନୀ ମହିଳା ସମ୍ବାଦିକା ।