ଜାମ୍ମୁ-କାଶ୍ମୀରର ଏଲଓସିରେ ସେନାର ବଡ କାର୍ଯ୍ୟାନୁଷ୍ଠାନ : ରାଜୌରୀ ଅଂଚଳରେ ୨୪ ଘଂଟା ଧରି ଗୁଳିମନିମୟ, ୫ ପାକିସ୍ତାନୀ ସୈନିକ ମୃତ

54

କନକ ବ୍ୟୁରୋ : ଜମ୍ମୁକଶ୍ମୀର ସୀମାରେ ଭାରତୀୟ ସେନାର ବଡ କର୍ଯ୍ୟାନୁଷ୍ଠାନ । ୫ ପାକିସ୍ତାନୀ ସୈନିକଙ୍କୁ ନିହତ କରିଛି ଭାରତୀୟ ସୀମା ସୁରକ୍ଷା ବଳ । ଏହା ସହିତ ପାକିସ୍ତାନର କେତେକ ପୋଷ୍ଟକୁ ଧ୍ୱଂସ କରିଦେଇଛନ୍ତି । ରାଜୈାରୀ ସେକ୍ଟରରେ ପାକିସ୍ତାନ ଗୁଳିମାଡର ଜବାବି କାର୍ଯ୍ୟନୁଷ୍ଠାନରେ ପାକିସ୍ତାନର ଏହି କ୍ଷତି ହୋଇଛି । ରାଜୈାରୀ ଓ ପୁଂଚ ଅଂଚଳରେ ୨୪ ଘଂଟା ଧରି ବାରମ୍ବାର ପାକିସ୍ତାନ ପଟୁ ଗୁଳିମାଡ ଜାରି ରଖିଥିଲା ପାକିସ୍ତାନ ।

ଏହାର କଡା ଜବାବ ଦେଇଛି ଭାରତୀୟ ସେନା । ବର୍ଡର ବାଟ ଦେଇ ଆତଙ୍କବାଦୀଙ୍କୁ ଭାରତ ସୀମା ଭିତରକୁ ଅନୁପ୍ରବେଶ କରାଇବା ପାଇଁ ବାରମ୍ବାର ସୀମାରେ ଗୁଳି ମାଡ କରୁଛି ପାକିସ୍ତାନ ସେନା । ଏହାଦ୍ୱାରା ଭାରତର ସୀମାବର୍ତ୍ତୀ ଅଚଂଳ ଗାଁରେ ବାସ କରୁଥିବା ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହିତ ପାକିସ୍ତାନ ପଟୁ ମାଡ କରାଯାଉଥିବା ଗୁଳି ଓ ମୋର୍ଟାରରେ ଅନେକଙ୍କର ଜୀବନ ଯାଉଛି । ଏହାକୁ ରୋକିବାକୁ ସୀମାବର୍ତ୍ତୀ ଅଚଂଳରେ ରହୁଥିବା ଲୋକଙ୍କ ସୁରକ୍ଷା ପାଇଁ ଭାରତ ସରକାର ଏଲଓସିରେ ୧୪ହଜାର ୪୬୦ ବଙ୍କର ନିର୍ମାଣ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି ।