କନକ ବ୍ୟୁରୋ: ପ୍ରେମ ପାଇଁ ସୀମା ଡେଇଁ ଆସିଥିବା ପାକିସ୍ତାନୀ ଝିଅ ସୀମା ହାଇଦରକୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରେମ ପାଇଁ ପାକିସ୍ତାନରୁ ଆସିଥିବା ଏହି ଯୁବତୀଙ୍କୁ କିଛି ଶତ୍ରୁ ଦେଶର ଏଜେଣ୍ଟ ଭାବୁଥିବାବେଳେ, ତାଙ୍କ ଭାଇ ପାକସ୍ତାନ ସେନାରେ ଥିବା କଥା ମଧ୍ୟ କୁହାଯାଉଛି । ହେଲେ ଏହାରି ଭିତରେ ସୀମା ହାଇଦରଙ୍କୁ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି ଭାରତର ବୈଦେଶିକ ମନ୍ତ୍ରାଳୟ ।

Advertisment

ଭାରତର ବୈଦେଶିକ ମନ୍ତ୍ରାଳୟ ଏହି ବିଷୟରେ ପ୍ରତିକ୍ରିୟା ରଖିବା ସହିତ, କହିଛନ୍ତି ଯେ, ଏହି ମାମଲାରେ ଯାଞ୍ଚ ଜାରି ରହିଛି, ଏ ସମ୍ପର୍କରେ ସମସ୍ତ ଖବର ବୈଦେଶିକ ମନ୍ତ୍ରାଳୟ ପାଖରେ ରହିଛି । ତେବେ ଅଦାଲତ ସାମ୍ନାରେ ସୀମାକୁ ହାଜର କରିବା ପରେ, ଏବେ ସେ ଜାମିନରେ ବାହାରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ

ଅନ୍ୟପଟେ ସୀମା-ସଚିନଙ୍କ ପ୍ରେମ କାହାଣୀକୁ ନେଇ ଜାତୀୟ ଗଣମାଧ୍ୟମରେ ଆସିଛି ଚମକାଇଦେଲା ଭଳି ଖବର । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ସୀମା-ସଚିନ ନେପାଳର ପଶୁପତି ମନ୍ଦିରରେ ବିବାହ କରିଥିବା କଥା ଯେଉଁ କହୁଛନ୍ତି, ତାହା ସମ୍ପୂର୍ଣ୍ଣ ମିଛ ଅଟେ । ମନ୍ଦିରର ରେଜିଷ୍ଟରରେ ସୀମା-ସଚିନଙ୍କ ବିବାହ ହେଇଥିବା କଥା ଉଲ୍ଲେଖ ନାହିଁ । ସୀମା-ସଚିନ ପ୍ରଥମରୁ ହିଁ ନେପାଳର ପଶୁପତି ନାଥ ମନ୍ଦିରରେ ବିବାହ କରିଥିବା କଥା କହିଥିଲେ । ହେଲେ ଏହି କଥା କିନ୍ତୁ ଏବେ ସମ୍ପୂର୍ଣ୍ଣ ମିଛ ବୋଲି ସୂଚନା ମିିଳିଛି ।