ପାକିସ୍ତାନର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଛି । ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୧୫୮ ରେ କାରବାର ହେଉଥିବା ଦେଖାଯାଇଥିଲା । ଏହାସହ ଦେଶରେ ବିଜୁଳୀ ଦର ମଧ୍ୟ ବୃଦ୍ଧି ପାଇଛି । ଏମିତିକି କ୍ଷୀରର ଦାମ୍ ୨୦୦ ଟଙ୍କା ପ୍ରତି ଲିଟର ପହଂଚି ଯାଇଛି ।

Advertisment

publive-image

୧୧ ଦିନରୁ ଧରି ପାକିସ୍ତାନର ଅବସ୍ଥା ହୋଇଛି ସଙ୍ଗୀନ :

ଡନ୍ ଖବରକାଗଜ ରିପୋର୍ଟ ମୁତାବକ ପାକିସ୍ତାନ ଟଙ୍କା ଚଳିତବର୍ଷ ଆରମ୍ଭରୁ ଲଗାତାର ଗଡୁଛି । ଗତ ୧୧ ଦିନରୁ ଲଗାତାର ଏଥିରେ ଦୁର୍ବଳତା ଦେଖିବାକୁ ମିଳୁଛି । ଏବେ ପାକ୍ ର ଟଙ୍କା ମହଙ୍ଗା ହେବାକୁ ଲାଗିଛି । ଯଦି ପାକ୍ ରେ ଏଭଳି ସ୍ଥିତି ଲାଗିରହିଲା ତେବେ ଧନୀଶ୍ରେଣୀର ଲୋକ ମଧ୍ୟ କିଛି କିଣିବା ପାଇଁ ସମର୍ଥ ହୋଇପାରିବେ ନାହିଁ । ଗତ ୧୧ ଦିନ ଧରି ପାକ୍ ରେ ଏଭଳି ଅବସ୍ଥା ରହିଛି ।