ସମ୍ବାଦ ପାଇଁ ଜୀବନକୁ ବାଜି ଲଗାଇଲେ ସମ୍ବାଦଦାତା ! ବେକ ପର୍ଯ୍ୟନ୍ତ ଥିଲା ବନ୍ୟାପାଣି କିନ୍ତୁ ମାଇକ୍ ଛାଡିଲେ ନାହିଁ , ପାଣି ଭିତରେ ବୁଡି ପରିବେଶଣ କଲେ ସମ୍ବାଦ ।

209

ପ୍ରଳୟଙ୍କାରୀ ବାତ୍ୟା ଫୋନିରେ ନିଜ ଜୀବନକୁ ବାଜି ଲଗାଇ ଓଡିଶାର କିଛି ଟିଭି ଚ୍ୟାନେଲର ସମ୍ବାଦଦାତାଙ୍କ ସାହସିକତା ସହ ବାତ୍ୟାର ମୁକାବିଲା କରି ସମ୍ବାଦ ପରିବେଶଣ କରିବା ଘଟଣା ସୋସିଆଲ୍ ମିଡିଆରେ ଖୁବ୍ ଆଦୃତ ହୋଇଥିଲା । ଲୋକମାନେ ଏହି ସାହସୀ ରିପୋର୍ଟରମାନଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲେ । ଏବେ ଏଭଳି ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଘଟଣାଟି ହେଉଛି ପଡୋଶୀ ଦେଶ ପାକିସ୍ତାନର । ପାକିସ୍ତାନର ଜଣେ ସମ୍ବାଦଦାତା ବନ୍ୟା ପାଣିରେ ବୁଡି ରିପୋର୍ଟିଙ୍ଗ୍ କରିବା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଏହି ଭିଡିଓରେ ରିପୋର୍ଟର ଜଣକ ବନ୍ୟା ପାଣିରେ ବୁଡି ରିପୋର୍ଟିଙ୍ଗ୍ କରିବାର ଦେଖାଯାଉଛି । ବେକେ ପାଣି ଭିତରେ ପଶି ରିପୋର୍ଟିଙ୍ଗ୍ କରିବାକୁ ନେଇ କିଛି ଲୋକ ତାଙ୍କୁ ସମାଲୋଚନା କରିଥିବା ବେଳେ ଆଉ କିଛି କାମ ପ୍ରତି ସଚ୍ଚୋଟତାକୁ ପ୍ରଶଂସା କରିଛନ୍ତି । ଅନେକ ୟୁଜର୍ ଏହାକୁ ମଜେଦାର ଭିଡିଓ ବୋଲି କହି ଟ୍ରୋଲ୍ କରୁଛନ୍ତି । ରିପୋର୍ଟର ନିଜ ଜୀବନକୁ ବାଜି ଲଗାଇ ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରିବାକୁ ନେଇ କିଛି ଲୋକ କ୍ରୋଧ ମଧ୍ୟ ଜାହିର କରିଛନ୍ତିି ।

 

ପାକିସ୍ତାନର ଏହି ରିପୋର୍ଟର ଜି-ଟିଭି ସହ ଜଡିତ ଥିଲେ । ତାଙ୍କୁ ଚ୍ୟାନେଲ୍ ରେ ବି ପାଣି ମଝିରେ ଠିଆ ହୋଇ ରିପୋର୍ଟିଙ୍ଗ୍ କରିବା ଦେଖାଯାଉଛି । ରିପୋର୍ଟର ପାକିସ୍ତାନର ପଞ୍ଜାବ କ୍ଷେତ୍ରରେ ସିନ୍ଧନଦୀର ଜଳସ୍ତର ବଢିବା ନେଇ ସମ୍ବାଦ ପରିବେଶଣ କରୁଥିଲେ । ଏଠାରେ ଲୋକଙ୍କ କ୍ଷେତଜମିରେ ବନ୍ୟାପାଣି ପଶିଥିବା ନେଇ ରିପୋର୍ଟର ଖବର ପରିବେଶଣ କରୁଥିଲେ । ତେବେ ଏହି ସାହସୀ ରିପୋର୍ଟରଙ୍କ ନାଁ ଅଜଦର୍ ହୁସେନ୍ ବୋଲି ଜଣାପଡିଛି ।