କନକ ବ୍ୟୁରୋ : ଆଫଗାନିସ୍ତାନରେ ପାକିସ୍ଥାନ ପ୍ରଧାନମନ୍ତୀ ଇମ୍ରାନ ଖାନ । ଇମ୍ରାନଙ୍କର ଏହା ପ୍ରଥମ ଆଫଗାନିସ୍ତାନ ଗସ୍ତ । ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନୀଙ୍କ ସହ ଦ୍ୱିପାକ୍ଷିକ ସର୍ମ୍ପକ ସହ ଆଫଗାନିସ୍ତାନରେ ଶାନ୍ତି ଫେରିବା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗ୍ରାନ ହେୱାଡ କହିଛନ୍ତି ଯେ ଶାନ୍ତି ପ୍ରକ୍ରିୟାରେ ଈସଲାମାବାଦର ଭୁମିକା ଉପରେ ଇମ୍ରାନ ଖାଁ ନିଜର ମତ ରଖିବେ ।
ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ପ୍ରାୟ୧୯ ବର୍ଷରୁ ଲାଗିରହିଥିବା ଛାୟା ଯୁଦ୍ଧକୁ ଶେଷ କରିବା ପାଇଁ ଉଭୟ ସରକାର କରିଥିବା ଆଲୋଚନାର ରୁପରେଖକୁ କିପରି ଆଗାମୀ ଦିନରେ କାମ କରିବ ସେନେଇ ଆଲୋଚନା ମଧ୍ୟ ଜାରି ରହିବ । ଇମ୍ରାନ ଖାନ କହିଛନ୍ତି ଶାନ୍ତି ପାଇବା ଦିଗରେ ପାକିସ୍ଥାନ ଆଫଗାନିସ୍ତାନକୁ ସାହାଯ୍ୟ ପାଇଁ ପ୍ରସ୍ତୁତ । ରାଷ୍ଟ୍ରପତି ଘାନି ମଧ୍ୟ କହିଛନ୍ତି ଯେ ଆଫଗାନିସ୍ତାନବାସୀ କେବଳ ଶାନ୍ତି ଚାହାନ୍ତି ଏବଂ ଶାନ୍ତି ପାଇଁ ରାଜନୈତିକ ସମାଧାନ ହେଉଛି ଭବିଷ୍ୟତ ପାଇଁ ରାସ୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/319150_1674056_updates.jpg)