ପାକିସ୍ତାନରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର, ମୃତ ଶରୀର ସହ ଯୌନ ସମ୍ପର୍କ ସ୍ଥାପନ କରୁଛନ୍ତି ଦୁର୍ବୁତ

628

କନକ ବ୍ୟୁରୋ : କବରରେ ତାଲା । ପାକିସ୍ତାନରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର । କାଙ୍ଗାଳ ସ୍ଥିତିରେ ପହଁଚିଥିବା ପାକିସ୍ତାନରେ ବୃଦ୍ଧି ପାଉଛି ନେକ୍ରୋଫିଲିଆ ମାମଲା । ନେକ୍ରୋଫିଲିଆ ଅର୍ଥାତ ମୃତ ଶରୀର ସହ ଯୌନ ସମ୍ବନ୍ଧ ସ୍ଥାପନ କରିବା । ଏଭଳି କିଛି ମାମଲା ଲଗାତାର ଦେଖିବାକୁ ମିଳିବା ପରେ ଏବେ ପାକିସ୍ତାନରେ କବରରେ ଲାଗିଲାଣି ତାଲା । ଭୟଭୀତ ହୋଇ ପରିବାର ଲୋକେ ମୃତ ଝିଅର କବର ଚାରିପଟେ ସିମେଂଟର କାନ୍ଥ କରିବା ସହ ସବୁଜ ରଙ୍ଗର ଗ୍ରୀଲ ଲଗାଉଛନ୍ତି । ଏହି ଗ୍ରୀଲରେ ପୁଣି ତାଲା ମଧ୍ୟ ପକାଉଛନ୍ତି । ଅର୍ନ୍ତଜାତୀୟ ଗଣମାଧ୍ୟମରେ ଏଭଳି କିଛି ଫଟୋ ସାମ୍ନାକୁ ଆସିଛି । ସ୍ଥାନୀୟ ବାସିନ୍ଦା ଘଟଣା ପାଇଁ ପାକିସ୍ତାନର କଠୋରପନ୍ଥି ବିଚାରଧାରାକୁ ଦାୟୀ କରିଛନ୍ତି । ପାକିସ୍ତାନରେ ୨୦୧୧ ମସିହାରେ ନେକ୍ରୋଫିଲିଆର ପ୍ରଥମ ଘଟଣା ସାମ୍ନାକୁ ଆସିଥିଲା । କବରସ୍ଥାନକୁ ଜଗୁଥିବା କର୍ମଚାରୀ ମହମଦ ରିଜବାନକୁ କରାଚୀରୁ ଗିରଫ କରାଯାଇଥିଲା । କାରଣ ସେ ୪୮ଜଣ ମୃତ ଯୁବତୀଙ୍କ ସହ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଥିଲା । ପାକିସ୍ତାନ ମାନବାଧିକାର କମିଶନ ରିପୋର୍ଟ ଅନୁସାରେ ପାକିସ୍ତାନରେ ୪୦ପ୍ରତିଶତ ମହିଳା କୌଣସ ନା କୌଣସି କାରଣରୁ ହିଂସା, ଦୁର୍ଷ୍କମର ଶିକାର ହେଉଛନ୍ତି । ଏବେ ସୁଦ୍ଧା ଏହି ଘଟଣା ଉପରେ ପାକିସ୍ତାନ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି । ଡେଲି ଟାଇମସର ରିପୋର୍ଟ ଅନୁସାରେ ପାକିସ୍ତାନରେ ପ୍ରତି ଦୁଇ ଘଂଟାରେ ଜଣେ ମହିଳାଙ୍କ ସହ ଦୁର୍ଷ୍କମ ଘଟଣା ଘଟୁଛି । ତେବେ ମୃତ ଯୁବତୀଙ୍କ ସହ ଦୁର୍ଷ୍କମ ଘଟଣା ବେଶ ଲଜ୍ଜିତ କରିବା ବେଶ ନିନ୍ଦନୀୟ