ପାକିସ୍ତାନର ବିଦେଶମନ୍ତ୍ରୀ ଶାହ୍ ମହମ୍ମଦ କ୍ୟୁରେସି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ ଏକ ପତ୍ର ଲେଖିଛନ୍ତି । ଯେଉଁଥିରେ ଭାରତକୁ କ୍ଷେତ୍ରୀୟ ସୁରକ୍ଷାକୁ ବିପଦରେ ପକାଇବାର ଅଭିଯୋଗ ଲାଗିଛି । ବିଦେଶ ମନ୍ତ୍ରାଳୟ (ଏଫଓ) ଶୁକ୍ରବାର ଏକ ବୟାନ ଜାରୀ କରି ଏହା କହିଛନ୍ତି । ଏହି ପଦକ୍ଷେପ ସେତେବେଳେ ଉଠାଯାଇଛି ଯେତେବେଳେ ଗୋଟିଏ ଦିନ ପୂର୍ବରୁ ହିଁ ସଂଯୁକ୍ତ ରାଷ୍ଟ୍ରର ଶକ୍ତିଶାଳୀ ସଂସ୍ଥା ପାକିସ୍ତାନ ସ୍ଥିତ ଜୈସ୍ –ଏ-ମହମ୍ମଦ (ଜେଇଏମ୍ ) ର ନାମ ନେଇ ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଥିବା ଜଘନ୍ୟ ଆକ୍ରମଣର କଡାନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଭାରତ ବିନା କୌଣସି ପ୍ରମାଣରେ ପୁଲୱାମା ଆକ୍ରମଣ ପାଇଁ ପାକିସ୍ତାନ ଉପରେ ଆରୋପ ଲଗାଉଛି ।
ଆପଣଙ୍କୁ କହିରଖୁଛୁ ଜୈସ୍–ଏ-ମହମ୍ମଦର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍ ଯବାନ୍ ଭର୍ତ୍ତି ଥିବା ଏକ ଗାଡିକୁ ଆତଙ୍କବାଦୀ ଉଡାଇ ଦେଇଥିଲେ । ଏହି ଆକ୍ରମଣରେ ୪୦ ରୁ ଅଧିକ ଯବାନ୍ ସହିଦ୍ ହୋଇଯାଇଥିଲେ । ଏହି ଆକ୍ରମଣ ପରେ ଦେଶବାସୀ ପାକିସ୍ତାନ ପ୍ରତି କ୍ରୋଧ ଜାହିର କରୁଛନ୍ତି । ଏହି ମାମଲାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଭାରତ ଉପରେ ଆରୋପ ଲଗାଇ କହିଥିଲେ ଯେ ଯଦି ଭାରତ ପାଖରେ ପୁଲୱାମା ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ନେଇ କିଛି ପ୍ରମାଣ ରହିଛି ତେବେ ଏହାକୁ ପାକିସ୍ତାନକୁ ଦିଆଯାଉ ଏହାର ଜାଞ୍ଚ୍ ପାକିସ୍ତାନ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/170499253__836959b.jpg)
/kanak/media/post_attachments/wp-content/uploads/2019/02/2019_2largeimg23_Feb_2019_113050377-300x176.jpg)