କନକ ବ୍ୟୁରୋ : ଇଣ୍ଡିଆ ଓ ଭାରତ ନାଁକୁ ନେଇ ଏବେ ଦେଶରେ ଜୋରଦାର ଚର୍ଚ୍ଚା । ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ଦେଶରେ ନୁହେଁ ପଡୋଶୀ ଦେଶରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ପାକିସ୍ତାନ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଖୁବଶୀଘ୍ର ମୋଦୀ ସରକାର ଇଣ୍ଡିଆ ନାଁ ବଦଳାଇ ଭାରତ ରଖିପାରନ୍ତି । ଏଥିପାଇଁ ମୋଦୀ ସରକାର ସଂସଦ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଏହି ସ୍ୱତନ୍ତ୍ର ଅଧିବେଶନ ୧୮ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଏହାପୂର୍ବରୁ ଭାରତର ଅନେକ ସହର ଓ ସ୍ଥାନର ନାଁ ପରିବର୍ତ୍ତନ ହୋଇଛି, ଯେଉଁ ନାଁ ଗୁଡିକ ମୁସଲିମ ନାଁ ଅନୁସାରେ ରହିଥିଲା । ଏହି ନାଁ ବଦଳ ପାଇଁ ମୁସଲିମ ସମୁଦାୟଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯଦି ଭାରତ ସରକାର ଏଥିରେ ସଫଳ ହୁଅନ୍ତି ତେବେ ତୁର୍କୀ ପରେ ଦ୍ୱିତୀୟ ଦେଶ ଭାବେ ଉଭା ହେବ, ଯିଏ ନିଜ ଦେଶର ନାଁ ବଦଳାଇବ । ଏହା ପ୍ରଥମଥର ନୁହେଁ ଯେତେବେଳେ ଭାରତରେ ଇଣ୍ଡିଆ ନାଁ ବଦଳାଇବାକୁ ନେଇ ବିବାଦ ହୋଇଥିଲା । ବ୍ରିଟିଶ ଶାସନ କାଳରେ ଇଣ୍ଡିଆ ଶବ୍ଦକୁ ଚୟନ କରାଯାଇଥିଲା । ଇଣ୍ଡିଆ ଶବ୍ଦଟି ଏକ୍ ଗ୍ରୀକ୍ ଶବ୍ଦ । ଯାହାକୁ ନେଇ ପୂର୍ବରୁ ମଧ୍ୟ ଅନେକଥର ବିବାଦ ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/1378112-bharatindia.webp)