ସୈତାନ ପାକିସ୍ତାନ ସମୁଦ୍ର ମଝିରେ ଭାରତୀୟ ବୋଟ ଉପରେ କଲା ଫାୟାରିଂ । ଜଣେ ମତ୍ସ୍ୟଜୀବୀ ମୃତ, ଜଣେ ଗୁରୁତର ।

541

କନକ ବ୍ୟୁରୋ : ସୈତାନ ପାକିସ୍ତାନ ପୁଣିଥରେ ନିଜର ଅସଲ ରୂପ ଦେଖାଇଲା । ସମୁଦ୍ର ମଝିରେ କଲା ଆକ୍ରମଣ । ଗୁଜୁରାଟ ଦ୍ୱାରକାର ସାମୁଦ୍ରିକ ଅଞ୍ଚଳରେ ଭାରତୀୟ ବୋଟ ଉପରେ ଅଚାନକ ଫାୟାରିଂ କରିଛି ପାକିସ୍ତାନ ନୌସେନା । ବିନା କାରଣରେ ଭାରତୀୟ ବୋଟ ଉପରେ ଫାୟାରିଂ କରିଛି ପାକିସ୍ତାନ । ଆଉ ପାକିସ୍ତାନର ଏଭଳି ଅଚାନକ ଗୁଳିଚାଳନା ଫଳରେ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନ୍ୟଜଣେ ମତ୍ସ୍ୟଜୀବୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ପାକିସ୍ତାନ ନୌସେନା ଯେଉଁ ବୋଟ ଉପରେ ଗୁଳି ଚାଳନା କରିଥିଲା ଉକ୍ତ ବୋଟ ନା ଜଳ ପରୀ । ଉକ୍ତ ବୋଟ ସମୁଦ୍ର ମଝିରେ ପଇଁତରା ମାରୁଥିଲା । କିନ୍ତୁ ବିନାକାରଣରେ ଅଚାନକ ବୋଟ ଉପରେ ଫାୟାରିଂ କରିଥିଲା ପାକିସ୍ତାନ ନୌସେନା । ଯାହାଫଳରେ ଜଣେ ମତ୍ସ୍ୟଜୀବୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତ ଶରୀରକୁ ପୋଲିସ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ସେହିଭଳି ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ଯେତେବେଳେ ପାକିସ୍ତାନ ନୌସେନା ପକ୍ଷରୁ ଆକ୍ରମଣ ହୋଇଥିଲା, ସେତେବେଳେ ଭାରତୀୟ ସୀମା ମଧ୍ୟରେ ହିଁ ବୋଟ ରହିଥିଲା ।