ଭାରତୀୟ ଆକାଶ ସୀମା ଉଲ୍ଲଂଘନ କଲା ପଡୋଶୀ ଦେଶ ପାକିସ୍ତାନ : ସୀମା ଭିତରକୁ ପଶି ଆସିଲା ପାକ୍ ସେନାର ସାମରିକ ହେଲିକପ୍ଟର

Advertisment
ଭାରତୀୟ ଆକାଶ ସୀମା ଉଲ୍ଲଂଘନ କଲା ପଡୋଶୀ ଦେଶ ପାକିସ୍ତାନ : ସୀମା ଭିତରକୁ ପଶି ଆସିଲା ପାକ୍ ସେନାର ସାମରିକ ହେଲିକପ୍ଟର

SOURCE : Daily Thanthi

କନକ ବ୍ୟୁରୋ : ନିୟନ୍ତ୍ରଣ ସୀମାରେଖାରେ ଭାରତର ଆକାଶ ସୀମାକୁ ଉଲ୍ଲଙ୍ଘନ କରିଛି ପାକିସ୍ତାନ ହେଲିକପ୍ଟର । ପୁଂଚ ସେକ୍ଟରର ଏଲଓସିରେ ପାକିସ୍ତାନ ହେଲିକପ୍ଟର ଦେଖିବାକୁ ମିଳିଛି । ଆଜି ଦିନ ପ୍ରାୟ ସାଢେ ୧୨ଟାରେ ଏହି ହେଲିକପ୍ଟର ଦେଖିବାକୁ ମିଳିଥିଲା । ତେବେ ଏହା ସେନାର କି ଅନ୍ୟ କାହାର ହେଲିକପ୍ଟର ତାହା ସ୍ପଷ୍ଟ ହୋଇନାହିଁ । ପୁରା ଘଟଣାର ଯାଂଚ କରାଯାଉଛି ।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ପାକିସ୍ତାନ ସେନାର ଏକ ସାମରିକ ହେଲିକପ୍ଟର ଆଜି ମଧ୍ୟାହ୍ନରେ ଜମ୍ମଚ-କାଶ୍ମୀରର ସୀମାନ୍ତ ପୁଞ୍ଚ ସେକ୍ଟର ଅଞ୍ଚଳରେ ଭାରତୀୟ ସୀମା ଭିତରକୁ ପଶି ଆସିବା ସହ ଭାରତୀୟ ସୀମା ମଧ୍ୟରେ କିଛି ସମୟ ଧରି ଚକ୍କର କାଟିଥିଲା। ତେବେ, ସୀମାନ୍ତରେ ଥିବା ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ପାକିସ୍ତାନ ସେନାର ଏକ ସାମରିକ ହେଲିକପ୍ଟରଟି ପୁଣି ନିଜ ଆକାଶ ସୀମା ମଧ୍ୟକୁ ଫେରି ଯାଇଥିଲା। ଏହି ଘଟଣା ସଂପର୍କରେ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଦବେଗ ପ୍ରକାଶ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe