ଭାରତ ସୀମାରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ୍ : ପଂଜାବ ତର୍ଣ୍ଣ ତାରନ୍ ସେକ୍ଟରରେ ପାକ୍ ଡ୍ରୋନକୁ ଗୁଳି କରି ଖସାଇଲେ ଯବାନ
ପଞ୍ଜାବର ତର୍ଣ୍ଣ ତରଣ ଜିଲ୍ଲା ଅନ୍ତର୍ଗତ ଖେମ୍ କରଣ ସେକ୍ଟର ଠାରେ ସୀମା ସୁରକ୍ଷା ବଳ (ବିଏସଏଫ) ଗୋଟାଏ ପାକିସ୍ତାନୀ ଡ୍ରୋନକୁ ଗୁଳି ମାରି ଖସାଇ ଦେଇଛନ୍ତି। ପରେ ପରେ ସୀମାନ୍ତ ଗାଁ ଏବଂ ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ବୁଧବାର ବିଳମ୍ବିତ ରାତ୍ରିରେ ରୋହତକ ଜିଲ୍ଲାର ବିଓପି ଠାରେ ଡ୍ରୋନଟି ଦେଖାଦେଇଥିଲା। ପରେ ପରେ ବିଏସଏଫ ଏହାକୁ ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ଚଳାଇ ଖସାଇ ଦେଇଥିଲା। କିନ୍ତୁ, ଡ୍ରୋନଟି ଭାରତ ସୀମା ପଟେ କି, ପାକିସ୍ତାନ ସୀମା ପଟେ ପଡ଼ିଛି ତାହା ଜଣାପଡ଼ି ନାହିଁ। ଗାଁ ସରପଞ୍ଚ ଲଖବୀର ସିଂହଙ୍କ କହିବା ଅନୁସାରେ, ସେ ଡ୍ରୋନଟିକୁ ଦେଖିବା ପରେ ଗୁଳି ମରାଯାଇ ତାହାକୁ ଖସାଇ ଦିଆଯାଇଥିଲା।
ରବିବାର ବିଳମ୍ବିତ ରାତ୍ରିରେ ଭାରତୀୟ ବାୟୁସେନା ପଞ୍ଜାବ ସୀମା ନିକଟରେ ପଇଁତରା ମାରୁଥିବା ଚାରିଟି ଏଫ୍-୧୬ ବିମାନକୁ ଭାରତୀୟ ବାୟୁସେନାର ସୁଖୋଇ-୩୦ ଏବଂ ମିରାଜ୍-୨୦୦୦ ଲଢୁଆ ବିମାନ ଘଉଡ଼ାଇ ଦେଇଥିଲା।