ସୋସିଆଲ ମିଡିଆରେ ଭାଇରାଲ ହେଉଛି ପାକିସ୍ତାନୀ ଡାକୁଙ୍କ ଧମକ। ଭିଡିଓ ଜାରି କରି ସୀମା ହାଇଦରକୁ ଫେରାଇବାକୁ କହିଲେ ଦୁର୍ବୃତ୍ତ

400

କନକ ବ୍ୟୁରୋ: ଆମ ବୋହୂକୁ ଫେରାଇ ଦିଅ’ ନଚେତ ପରିଣାମ ଭୋଗିବ । ଏହି ଧମକ ଆସିଛି ପାକିସ୍ତାନରୁ । ପାକିସ୍ତାନୀ ମହିଳା ସୀମା ହାଇଦର ବର୍ତମାନ ଭାରତରେ ରହୁଥିବାେବେଳ ତାଙ୍କ ଦୁଇଦିନ ମଧ୍ୟରେ ପାକିସ୍ତାନ ଫେରାଇବାକୁ କହିଛନ୍ତି ପାକିସ୍ତାନୀ ଡାକୁ । ଏନେଇ ଏକ ଭିଡିଓ ଜାରି କରିଛନ୍ତି ୧୦ରୁ ୧୨ ଡାକୁ । ବିଭିନ୍ନ ଖରାପ ମନ୍ତବ୍ୟ ଦେଇଥିବାବେଳେ ଗାଳିଗୁଲଜ କରି ପାକିସ୍ତାନକୁ ତାଙ୍କ ବୋହୂ ଫେରାଇ ଦିଅ ବୋଲି ସେ କହିଛନ୍ତି ।

ନିଜ ପ୍ରେମକୁ ପାଇବା ପାଇଁ ପାକିସ୍ତାନରୁ ଭାରତ ଚାଲିଆସିଥିଲେ ସୀମା ହାଇଦର । ପ୍ରେମିକ ସଚିନ ମୀଣାଙ୍କ ପାଇଁ ନିଜର ୪ ସନ୍ତାନ ସହ ସୀମା ଭାରତ ଆସିଥିଲେ । ଭାରତରେ ରହିବା ପାଇଁ ଅନୁମତି ଦେବାକୁ ଉଭୟ କେନ୍ଦ୍ର ଓ ଉତରପ୍ରଦେଶ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ସୀମା । ସେପଟେ ସୀମାଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ତାଙ୍କୁ ପାକିସ୍ତାନ ଫେରାଇ ଆଣିବାକୁ ଅପିଲ କରିଛନ୍ତି । ଏହାରି ମଧ୍ୟରେ ପାକିସ୍ତାନୀ ଡ଼ାକୁମାନେ ଏକାଠି ହୋଇ ପାକିସ୍ତାନ ବୋହୂକୁ ଫେରାଇ ଦିଅ ବୋଲି କହିଛନ୍ତି ।