ପାକିସ୍ତାନୀ କ୍ରିକେଟ୍ ଟିମ୍ ସହ ଭାରତ-ପାକ୍ ସୀମା ୱାଘା ବର୍ଡରକୁ ବୁଲିବାକୁ ଆସିଥିବା ପାକିସ୍ତାନୀ କ୍ରିକେଟ୍ ଖେଳାଳି ହସନ୍ ଅଲିଙ୍କ ଅଜବ କାର୍ଯ୍ୟକଳାପକୁ ନେଇ ଦେଖାଦେଇଛି ବିବାଦ । ଫ୍ଲାଗ୍ ଲୋୟରିଂ ସେରିମନି ବେଳେ ପାକିସ୍ତାନୀ ରେଂଜର୍ସ ସୈନିକଙ୍କ ପରେଡରେ ସାମିଲ ହୋଇଥିଲେ ହସନ୍ ଅଲି । ଆଉ ଭାରତୀୟ ଯବାନଙ୍କୁ ଚିଡାଇବା ଭଳି କିଛି ଆକ୍ସନ୍ ବି କରିଥିଲେ । ନିଜ ଜଙ୍ଘ ପିଟି ଭାରତୀୟ ସୀମା ସୁରକ୍ଷା ବଳର ଯବାନଙ୍କ ଆଡକୁ ଇସାରା କରିବା ସହ ଦୁଇ ହାତ ଉଠାଇ ବାହାଦୁରୀ ମାରିଥିଲେ ।
ବଡ କଥା ହେଉଛି ହସନ୍ ଅଲି ପ୍ରାୟ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଏଭଳି କାଣ୍ଡ ଚଳାଇଥିଲେ ମଧ୍ୟ ପାକିସ୍ତାନୀ ସେନା ପକ୍ଷରୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଇ ନଥିଲା । ଯାହାକୁ ନେଇ ବିଏସଏଫ ପକ୍ଷରୁ କଡା ଆପତି ଜାହିର କରିବା ସହ ପାକିସ୍ତାନୀ ସେନାକୁ ଅଭିଯୋଗ ମଧ୍ୟ କରାଯାଇଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଭିଡିଓ ଭାଇରାଲ ହେବା ସହ ପାକିସ୍ତାନୀ କ୍ରିକେଟରଙ୍କ ଏପରି ଅଜବ କାରନାମାକୁ କଡା ସମାଲୋଚନା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/HASAN-ALI2.jpg)