କନକ ବ୍ୟୁରୋ : ଗୋଟିଏ ପଟେ ପାକିସ୍ତାନରେ ଆର୍ଥିକ ସଙ୍କଟ । ଆଉ ଗୋଟିଏ ପଟେ ପାକିସ୍ତାନ ସୀମାରେ ତାଲିବାନ ଆତଙ୍କବାଦ ସଙ୍ଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପିର ହଲଚଲ । ଦେଢ଼ ବର୍ଷ ତଳେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ପାକିସ୍ତାନ ଉପରେ ନାଲିଆଖି ପକାଇଛି । ଆଫଗାନିସ୍ତାନରେ ସରିଆ ଆଇନ୍ ଜରିଆରେ ବଳିୟାନ ହୋଇଥିବା ତାଲିବାନ ପାକିସ୍ତାନରେ ଏହି ଆଇନ୍ ଲାଗୁ କରିବାକୁ ଚାହୁଁଛି ।

Advertisment

ଟିଟିପିର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଆଫଗାନ ତାଲିବାନ ସହ ପାକିସ୍ତାନର ସମ୍ପର୍କ ଖରାପ ହେବାରେ ଲାଗିଛି । ପାକିସ୍ତାନ ସରକାର ଏବଂ ପାକିସ୍ତାନ ସେନା, ଆଫଗାନ ତାଲିବାନ ଉପରେ ଟିଟିପିକୁ ଶରଣ ଦେଉଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଏବେ ତାଲିବାନ ପାକିସ୍ତାନରେ ଶରିଆ ଆଇନ୍ ଲାଗୁ କରିବାକୁ ଅଂଟା ଭିଡ଼ିଥିବା ଜଣାପଡ଼ିଛି । ଯଦି ପାକିସ୍ତାନରେ ଶରିଆ ଆଇନ୍ ଲାଗୁ ହେବ, ତେବେ ସ୍ଥିତି ଆଗକୁ ଆହୁରି ଖରାପ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

ପାକିସ୍ତାନକୁ ତାଲିବାନର ଧମକ

- ପରବର୍ତ୍ତୀ ଆଫଗାନିସ୍ତାନ ହେବାକୁ ଯାଉଛି ପାକିସ୍ତାନ!
- ପାକିସ୍ତାନରେ ସରିଆ ଆଇନ୍ ଲାଗୁ କରିବାକୁ ଚାହୁଁଛି ତାଲିବାନ
- ୨୦୨୧ରେ ଆଫଗାନିସ୍ତାନରୁ ଆମେରିକା ସେନା ଫେରାଇ ଆଣିଥିଲା
- ପରେ ଆଫଗାନିସ୍ତାନରେ ତାଲିବାନର ରାଜୁତି ଆରମ୍ଭ ହୋଇଥିଲା
- ପାକିସ୍ତାନ ତେହରିକ- ଏ-ତାଲିବାନ ପାକିସ୍ତାନ ବା ଟିଟିପିକୁ ନିୟନ୍ତ୍ରଣ କରିବ ବୋଲି ଆଶା ବାନ୍ଧିଥିଲା
- ପରବର୍ତ୍ତୀ ସମୟରେ ବାଜି ଓଲଟା ପଡ଼ିଛି
- ଯେବେ ବି ତାଲିବାନ ମଜଭୁତ ହୋଇଛି, ଟିଟିପିର ଶକ୍ତି ବଢ଼ିଛି
- ପାକିସ୍ତାନରେ ଶରିଆ ଆଇନ୍ ଲାଗୁ କରିବାକୁ ବହୁ ଆଗରୁ କହିସାରିଛି ଟିଟିପି
- ଏଥିପାଇଁ ପାକିସ୍ତାନ ସେନା ବିରୋଧରେ ଅଭିଯାନ ମଧ୍ୟ ଆରମ୍ଭ କରିଦେଇଛି
- ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଶକ୍ତିଶାଳୀ ହୋଇଛି ଟିଟିପି
- ପୂର୍ବରୁ ଟିଟିପିର ଅନେକ ଗୋଷ୍ଠୀ ପରସ୍ପର ମଧ୍ୟରେ କରୁଥିଲେ ଲଢ଼େଇ
- ଏବେ ସବୁ ଗୋଷ୍ଠୀ ଏକ ହେବା ଦ୍ୱାରା ଟିଟିପି ମଜଭୁତ୍ ହୋଇଛି

ଶରିଆ ଆଇନ୍ କ’ଣ?

- ଶରିଆ ହେଉଛି ଇସଲାମର ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା
- ଶରିଆ ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ କୋରାନ, ହଦିସରୁ ନିଆଯାଇଛି
- ଏଥିରେ ପେଗମ୍ବର ମହମ୍ମଦ କହିଥିବା କଥା ସହ ମଧ୍ୟ ସଂପର୍କ ଅଛିି
- ଇସଲାମକୁ ମାନୁଥିବା ଲୋକଙ୍କ ପାଇଁ ବଂଚିବାର ଶୈଳୀ ଶିଖାଇଥାଏ ସରିଆ
- ଦୈନନ୍ଦିନ ଜୀବନ ଚର୍ଯ୍ୟାକୁ ପର୍ଯ୍ୟାୟକ୍ରମେ ଅନୁପାଳନ କରିବା ହେଉଛି ସରିଆ-ଲ’
- ତାଲିବାନଙ୍କ ସରିଆ-ଲ’ ବହୁତ ସଙ୍କୁଚିତ ଓ କଠୋର ବୋଲି କୁହାଯାଉଛି
- ଯେଉଁଥିରେ ରହିଛି ସାର୍ବଜନୀନ ସ୍ଥାନରେ ହତ୍ୟା
- ଛୋଟ ଛୋଟ ଭୁଲ ପାଇଁ ଅଙ୍ଗ ଛେଦନ ଭଳି ନିର୍ମମ ଦଣ୍ଡ
- ସଙ୍ଗୀତ, ଟେଲିଭିଜନ, ଭିଡିଓ, ସୋସିଆଲ ମିଡିଆ ଉପରେ କଟକଣା ରହିଛି
- ଦିନକୁ ୫ଥର ନମାଜ ପଢୁନଥିବା ଲୋକଙ୍କୁ ମାଡ ମାରିବା, ଦାଢି କାଟିଦେବା ଭଳି ଦଣ୍ଡ ରହିଛି
- ବିଶ୍ୱର ମୁସଲିମ ରାଷ୍ଟ୍ରଗୁଡିକରେ ସରିଆ-ଲ’ ଲାଗୁ ହୋଇଛି
- ସରିଆ-ଲ’ରେ ଅପରାଧ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି
- ତିନି ଭାଗରେ ଅପରାଧକୁ ବିଭକ୍ତ କରାଯାଇଛି
- ତାଜିର, କିସାସ ଓ ହୁଦୁଦ
- ତାଜିରରେ କମ ଗମ୍ଭୀର ଅପରାଧ ଓ ଜଣେ ବିଚାରପତି ଦଣ୍ଡ ଶୁଣାଇ ପାରିବେ
- କିସାସରେ ଅପରାଧୀକୁ ପୀଡିତ ଭୋଗିଥିବା ଦଣ୍ଡ ମିଳିଥାଏ ଓ ମୃତ୍ୟୁ ଦଣ୍ଡ ମିଳିଥାଏ
- ହୁଦୁଦରେ ଅପମିଶ୍ରଣ, ରାହାଜାନୀ, ଚୋରି, ପରକିୟା ପ୍ରୀତି, ଅନୈତିକ ସଂପର୍କ ଆଦି ଅପରାଧକୁ ରଖାଯାଇଛି
- ଏଥିପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି, ଯାହା ମାନବାଧିକାର ଉଲ୍ଲଂଘନ ଶ୍ରେଣୀରେ ଆସିଥାଏ