ଭିକାରୀଙ୍କ ସବୁଠୁ ବଡ଼ ସପ୍ଲାୟର ପାକିସ୍ଥାନ

 ପକେଟମାରରେ ବି ନମ୍ବର ୱାନ ପାକିସ୍ତାନ

129

ପାକିସ୍ତାନ ସରକାରଙ୍କ ସିନେଟର ସ୍ଥାୟୀ ସମିତି କହିଛି ଯେ  ବିଦେଶରେ ବହୁ ସଂଖ୍ୟକ ପାକିସ୍ତାନୀ ନାଗରିକ ଭିକ ମାଗିବାରେ ଲାଗିଛନ୍ତି ।  ଯେଉଁଥିପାଇଁ ସେମାନଙ୍କୁ ଜେଲ ଯିବାକୁ ପଡୁଛି । ବିଶ୍ବର ଜେଲରେ ରହୁଥିବା ୯୦% ଭିକାରୀ ହେଉଛନ୍ତି ପାକିସ୍ତାନର ।

ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ । ଅତ୍ୟନ୍ତ ଖରାପ । ଏତେ ଖରାପ ଯେ ଭିକାରୀମାନେ ମଧ୍ୟ ସେଠାରେ ରହିବାକୁ ପସନ୍ଦ କରୁନାହାନ୍ତି । ରୋଜଗାର ପାଇଁ ଭିକାରୀମାନେ ପାକିସ୍ତାନ ଛାଡି ଅନ୍ୟ ଦେଶକୁ ଯାଉଛନ୍ତି ଏବଂ ସେଠାରେ ଭିକ୍ଷାବୃତ୍ତିରେ ନିୟୋଜିତ ହେଉଛନ୍ତି ।

ଏକ ରିପୋର୍ଟ ଆସିଛି । ଏଥିରେ କୁହାଯାଇଛି ଯେ ସମଗ୍ର ବିଶ୍ୱରେ ଗିରଫ ହୋଇଥିବା ଭିକାରୀମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ । ଇରାନ ଏବଂ ସାଉଦି ଆରବର ବିଭିନ୍ନ ଜେଲରେ ବହୁତ ସଂଖ୍ୟାରେ ଭିକାରୀମାନେ ଗିରଫ ହୋଇ ରହିଛନ୍ତି ।

ଏହି ରିପୋର୍ଟ ଅନ୍ୟ କୌଣସି ଦେଶ ନୁହେଁ ଖୋଦ ପାକିସ୍ତାନ ସରକାରଙ୍କ ସିନେଟର ସ୍ଥାୟୀ କମିଟିର ଅଟେ। କମିଟି କହିଛି ଯେ ପାକିସ୍ତାନ ଛାଡି ଅନ୍ୟ ଦେଶକୁ ଯାଉଥିବା ଅଧିକାଂଶ ଲୋକ ଭିକାରୀ ଅଟନ୍ତି ।

କେତେ ସଂଖ୍ୟାରେ ପାକିସ୍ତାନୀ ଭିକାରୀ କେଉଁଠି ଅଛନ୍ତି ?

ବୈଦେଶିକ ମନ୍ତ୍ରଣାଳୟର ସଚିବ ଜୁଲଫିକର ହାୟଦର କହିଛନ୍ତି ଯେ ପ୍ରାୟ ୩୦ ଲକ୍ଷ ପାକିସ୍ତାନୀ ସାଉଦି ଆରବରେ, ୟୁଏଇରେ ୧୫ ଲକ୍ଷ ଏବଂ କତାରରେ ୨ ଲକ୍ଷ ପାକିସ୍ତାନୀ ଭିକାରୀ ଅଛନ୍ତି ।

କେମିତି ଯାଉଛନ୍ତି ବିଦେଶ ?

ସେ କହିଛନ୍ତି ଯେ ସାଉଦି ଆରବ, ଇରାନ ଏବଂ ଇରାକକୁ  ହଜ ତୀର୍ଥଯାତ୍ରା ପାଇଁ ଦିଆଯାଇଥିବା ଭିସାର ଦୁରୁପଯୋଗ ଅଧିକାଂଶ ପାକିସ୍ତାନୀ କରୁଛନ୍ତି । ଥରେ ସେମାନେ ସେଠାରେ ପହଞ୍ଚିବା ପରେ ଭିକ ମାଗିବା ଆରମ୍ଭ କରି ଦେଉଛନ୍ତି ।

ପାକିସ୍ତାନର ଖବରକାଗଜ ‘ ଦି ଏକ୍ସପ୍ରେସ ଟ୍ରିବୁନ’ ଅନୁସାରେ ବଡ଼ ସଂଖ୍ୟାରେ ଭିକାରୀମାନେ ପାକିସ୍ତାନ ଛାଡୁଛନ୍ତି । ମକ୍କାର ମସଜିଦ ବାହାରେ ଅନ୍ୟ ଧର୍ମସ୍ଥଳ ମାନଙ୍କରେ ବହୁ ସଂଖ୍ୟାରେ ଭିକାରୀଙ୍କ ଛଡା  ପକେଟମାର ମାନେ ମଧ୍ୟ ଗିରଫ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନୀ ଅଟନ୍ତି ।

ପାକିସ୍ତାନର ବିଦେଶ ସଚିବ ଜିଶାନା ଖାନଯାଦା କହିବ ଅନୁସାରେ ଏକ କୋଟିରୁ ଅଧିକ ପାକିସ୍ତାନୀ ବିଦେଶରେ ରହୁଛନ୍ତି ସେଥିମଧ୍ୟରୁ ଅଧିକାଂଶ ଭିକ ମାଗୁଛନ୍ତି ।

ବିଦେଶରୁ ଭର୍ତ୍ସନା  

ହାଇଦର ସିନେଟ କମିଟିକୁ କହିଛନ୍ତି ଯେ ପାକିସ୍ତାନୀମାନଙ୍କୁ ବିଦେଶରେ ସନ୍ଦେହ ଚକ୍ଷୁରେ ଦେଖାଯାଉଛି ।ସେ ଆହୁରି ମଧ୍ୟ କହିଛନ୍ତି ଯେ ସାଉଦି ଆରବ ଏବଂ ଇରାକ ଅନେକ ସମୟରେ ଅଭିଯୋଗ କରନ୍ତି ଯେ ଆମେ ସେମାନଙ୍କ ଦେଶକୁ ଅପରାଧୀ ପଠାଉଛୁ । ସେମାନଙ୍କର ଜେଲଗୁଡିକ ପାକିସ୍ତାନୀ ଭିକାରୀରେ ପରିପୂର୍ଣ୍ଣ ହେଇଗଲାଣି ।

ସିନେଟର ରାଣା ମେହମୁଦୁଲ ହାସନ କହିଛନ୍ତି ଯେ ଜାପାନରେ କୁଶଳୀ ଶ୍ରମିକ ମାନଙ୍କର ଆବଶ୍ୟକତା ବହୁତ ଅଛି । ଭାରତ, ନେପାଳ ଏବଂ ପାକିସ୍ଥାନର ଲୋକମାନେ ସେଠାକୁ  କାମ କରିବାକୁ ଯାଆନ୍ତି। କିନ୍ତୁ ଏହିପରି କୁଶଳୀ ପାକିସ୍ତାନୀ ଶ୍ରମିକଙ୍କ ସଂଖ୍ୟା ବହୁତ କମ୍ ଅଟେ। ସେ କହିଛନ୍ତି, ଭାରତ ଚନ୍ଦ୍ରରେ ପହଞ୍ଚି ସରିଲାଣି ଅଥଚ ଆମେ ଅନ୍ୟଦେଶକୁ ଭିକ ମାଗିବାକୁ ଯାଉଛୁ । ଆମ ଲୋକମାନେ ବିଦେଶରେ ଭାରତ ଏବଂ ନେପାଳର ଶ୍ରମିକଙ୍କ ତୁଳନାରେ କମ୍ ବେତନରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି ।

ମିଡ଼ିଆ  ରିପୋର୍ଟ ଅନୁଯାୟୀ ହଜ କୋଟା ପାଇଁ ଲୋକ ବଛାଇବାକୁ ସତର୍କ ରହିବାକୁ ସାଉଦି ଆରବ ପାକିସ୍ତାନକୁ କହି ସାରିଲାଣି ।

ପାକିସ୍ତାନର ୪୦% ଜନସଂଖ୍ୟା ଗରିବ ଆର୍ଥିକ ସଙ୍କଟ ଯୋଗୁଁ ପାକିସ୍ତାନ ଜନସଂଖ୍ୟା ଦିନକୁ ଦିନ ଗରିବ ହେବାରେ ଲାଗିଛି ।  ନିକଟରେ ବିଶ୍ୱ ବ୍ୟାଙ୍କ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନର ପ୍ରାୟ ୪୦ ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ଅଛନ୍ତି ।ବିଶ୍ୱ ବ୍ୟାଙ୍କ ଅନୁଯାୟୀ ମାତ୍ର  ଗୋଟିଏ ବର୍ଷରେ ୧.୨୫ କୋଟି ଲୋକ ଦାରିଦ୍ର ସୀମାରେଖା ତଳେ ପହଞ୍ଚି ସାରିଛନ୍ତି । ଗତ ବର୍ଷ ପାକିସ୍ତାନର ଜନସଂଖ୍ୟାର ୩୪.୨ % ଦାରିଦ୍ର ସୀମାରେଖା ତଳେ ଥିଲା ଯାହା ବର୍ତ୍ତମାନ ୩୯.୪ କୁ ବୃଦ୍ଧି ପାଇଛି । ଏହା ପରେ ପାକିସ୍ତାନର ଦାରିଦ୍ର ସୀମାରେଖା ତଳେ ସମୁଦାୟ ଜନସଂଖ୍ୟା ୯୫ ମିଲିୟନକୁ ବୃଦ୍ଧି ପାଇଛି।