ପାକିସ୍ତାନ ନୃସଂସତାର ଭାଇରାଲ୍ ଭିଡିଓ ! ନିରୀହ ବେଲୁଚିସ୍ତାନ ବ୍ୟକ୍ତି ଉପରେ ପାକିସ୍ତାନୀ ସୈନ୍ୟଙ୍କ ଗୁଳିବର୍ଷଣ ।

531

ଫ୍ରି ବେଲୁଚିସ୍ତାନ ମୁଭମେଣ୍ଟ୍ ଦ୍ୱାରା ଏକ ବିଚଳିତ କରିଦେଲା ଭଳି ଭଳି ଭିଡିଓ ସେୟାର୍ କରାଯାଇଛି । ଏହି ମୁଭମେଣ୍ଟ୍ ସହ ଜଡିତ ଥିବା ଜଣେ କାର୍ଯ୍ୟକର୍ତ୍ତା ବିଗର୍ ବ୍ଲୋଚ୍ ଟ୍ୱିଟରରେ ଏକ ଭିଡିଓ ସେୟାର୍ କରିଛନ୍ତି । ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ୍ ସେୟାର୍ କରାଯାଉଛି । ଏହି ଭିଡିଓରେ ପାକିସ୍ତାନ ଆର୍ମି ଜଣେ ବିନା ଅସ୍ତ୍ରଧାରୀ ବ୍ୟକ୍ତିଙ୍କୁ ଅତି ନିର୍ଦ୍ଧୟର ସହ ହତ୍ୟା କରିଥିବା ଦେଖାଯାଉଛି । ହତ୍ୟା କରିବା ପାଇଁ ଫୌଜ ପ୍ରଥମେ ବ୍ୟକ୍ତିଙ୍କୁ ଘରୁ ଭିଡି ବାହାରକୁ ଆଣୁଛନ୍ତି ଏହାପରେ ନିର୍ଦ୍ଦୟ ଭାବରେ ଗୁଳିର ବର୍ଷା କରୁଛନ୍ତି ।

ଏହି ଭୟାନକ ଭିଡିଓରେ ବେଲୁଚିସ୍ତାନ ଲୋକଙ୍କ ଦୁଃଖଦାୟକ ସ୍ଥିତି କଥା ଆପଣ କଳନା କରିପାରୁଥିବେ । ଏହା ବି ଜଣାପଡୁଛି ଯେ ପାକିସ୍ତାନ ଆର୍ମୀ ବେଲୁଚିସ୍ତାନ ଲୋକଙ୍କ ଉପରେ କିଭଳି ଭାବରେ ଅମାବନୀୟ ବ୍ୟବହାର କରୁଛି । ବେଲୁଚିସ୍ତାନ ମାମଲାରେ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ଏଜେନ୍ସି ଉପରେ ମଧ୍ୟ ଗମ୍ଭୀର ମାନବଧିକାର ଉଲ୍ଲଘଂନ ଆରୋପ ଲାଗିଛି । ଏହି ଆରୋପ ହ୍ୟୁମାନ୍ ରାଇଟସ୍ ତରଫରୁ ଲଗାଯାଇଛି ।