ବଡ଼ ଭାଇର ଶାଳୀକୁ ବାହା ହେଲେନି ବୋଲି…! ଆତ୍ମହତ୍ୟା କରିବାକୁ ଭାରତୀୟ ସୀମାକୁ ପଶିଗଲେ ପାକିସ୍ତାନ ଯୁବକ

41

କଥାରେ ଅଛି ପ୍ରେମ ହେଉଛି ଅନ୍ଧ । ପ୍ରେମ ପାଇଁ ମଣିଷ କିଛି ବି କରିପାରେ । ଏଥିପାଇଁ କେତେବେଳେ ମଣିଷ ଜୀବନ ନେଇଥାଏ ତ ପୁଣି କେତେବେଳେ ନିଜ ଜୀବନ ହାରିବାକୁ ମଧ୍ୟ ପଛାଇନଥାଏ । ପ୍ରେମ ଆଗରେ ପୂରା ଦୁନିଆ ତୁଚ୍ଛ ପାଲଟି ଯାଇଥାଏ । ଆଉ ଏହାର ବଡ଼ ଉଦାହରଣ ଭାରତ-ପାକିସ୍ତାନ ସୀମାରେ ଦେଖିବାକୁ ମିଳିଛି । ଏକ ପାକିସ୍ତାନ ଯୁବକ ନିଜ ବଡ଼ ଭାଇର ଶାଳୀଙ୍କ ପ୍ରେମରେ ଏତେ ଅନ୍ଧ ହୋଇଯାଇଥିଲେ ଯେ, ବଡ଼ଭାଇର ଶାଳୀ ସହ ତାଙ୍କର ବିବାହ ନ ହେବାରୁ ମୃତ୍ୟୁକୁ କୋଳାଇ ନେବାକୁ ସ୍ଥିର କରି ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିଲେ ।

ଭାରତୀୟ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ତାଙ୍କୁ ବିଏସଏଫ ଯବାନ ମାନେ ଧରି ନେଇଥିଲେ । ପରେ ତାଙ୍କ ପାଖରୁ ଏକ ପାକିସ୍ତାନ ଭୋଟର କାର୍ଡ଼ ଓ ୧୨୦୦ ଟଙ୍କା ଜବତ କରିଥିଲା ପୋଲିସ । ଭୋଟର କାର୍ଡ଼ ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ପାକିସ୍ତାନ କସୁର ଜିଲ୍ଲାର ମହମ୍ମଦ ଆସିଫ ୱାସି ଜଲ୍ଲୋ । ମହମ୍ମଦ ଆସିଫର କହିବା ଅନୁଯାୟୀ, ବଡ଼ଭାଇର ଶାଳୀକୁ ସେ ବହୁତ ପସନ୍ଦ କରୁଥିଲା । ଏପରିକି ବିବାହ ପାଇଁ ମଧ୍ୟ ଜିଦ୍ ଧରିଥିଲା । କିନ୍ତୁ ଉଭୟ ପରିବାର ଏହି ବିବାହ ପାଇଁ ରାଜି ହୋଇନଥିଲେ । ଏପରିକି ଯବୁତୀ ଜଣକ ବିବାହ ଅନ୍ୟ କାହା ସହ କରି ଦେଇଥିଲେ । ଏଥିରେ ଭାଙ୍ଗି ପଡ଼ିଥିଲେ ଆସିଫ । ଏଥିପାଇଁ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ ଆସିଫ । ତେଣୁ ଆତ୍ମହତ୍ୟା କରିବାକୁ ସେ ଭାରତୀୟ ସୀମାକୁ ବାଛିଥିଲେ । ଆସିଫର କହିବା ଅନୁଯାୟୀ, ଭାରତୀୟ ସୀମାରେ ଅନୁପ୍ରବେଶ କଲେ ତାଙ୍କୁ ବିଏସଏଫ ଯବାନ ମାନେ ଆତଙ୍କବାଦୀ କିମ୍ବା ଅନୁପ୍ରବେଶକାରୀ ଭାବି ଗୁଳି ମାରିଦେବେ । କିନ୍ତୁ ଏଠାରେ ମଧ୍ୟ ସେ ବଞ୍ଚିଗଲେ ।