ଭାରତ-ପାକ ହାଇଭୋଲ୍ଟେଜ ମ୍ୟାଚ: ଟସ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

143

କନକ ବ୍ୟୁରୋ: ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପର ହାଇଭୋଲ୍ଟେଜ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ପାକିସ୍ତାନ ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଭାରତ ଦଳ । ଆଜିର ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ଉଭୟ ଦଳ ଏହି ମ୍ୟାଚରେ ବାଜି ମାରିବାକୁ ଜୋରଦାର ପ୍ରୟାସ ଜାରି ରଖିବେ ।

ଏହି ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି । ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ୫ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଭାରତ ୫ ଥର ଯାକ ବିଜୟ ହୋଇଛି । ସେହିପରି ଆଇସିସି ଇଭେଣ୍ଟ କଥା ଦେଖିବା ତେବେ ଏଥିରେ ବି ଭାରତ ଆଗରେ ରହିଛି । ଭାରତ ୧୩ ଥର ବିଭିନ୍ନ ଟାଇଟଲ ହାସଲ କରିଥିବା ବେଳେ ପାକିସ୍ତାନ ୯ ଥର ହାତେଇଛି । ଅର୍ଥାତ କହିବାକୁ ଗଲେ ଭାରତ-ପାକିସ୍ତାନ ମଧ୍ୟରେ ଭାରତର ପଲ୍ଲା ଭାରି ରହିଛି ।

ଏହି ମ୍ୟାଚରେ କିନ୍ତୁ ବାବର ଆଜମ ଓ ବିରାଟ କୋହଲିଙ୍କ ଉପରେ ନଜର ରହିବ । ଉଭୟ ଖେଳାଳି ଟି-୨୦ ରାଙ୍କିଙ୍ଗରେ ଟପ ୧୦ରେ ରହିଛନ୍ତି । ବାବର ଆଜମ ଦ୍ୱିତୀୟରେ ରହିଥିବା ବେଳେ ବିରାଟ କୋହଲି ଚତୁର୍ଥ ରହିଛନ୍ତି । ସେହିପରି ଲୋକେଶ ରାହୁଲ ମଧ୍ୟ ଷଷ୍ଠ ସ୍ଥାନରେ ରହିଛନ୍ତି । ତେବେ ଆଜିର ମ୍ୟାଚରେ ନିହାତି ଭାବେ କଡା ଟକ୍କର ଦେଖିବାକୁ ମିଳିବ ।