କ୍ରିକେଟ୍ ବିଶ୍ୱକପ୍ ୨୦୧୯: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତି । ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଟିମ୍ । 

100

କନକ ବ୍ୟୁରୋ: କ୍ରିକେଟ୍ ବିଶ୍ୱକପ୍ ୨୦୧୯, ମଞ୍ଚେଷ୍ଟରର ମହାମୁକାବିଲାରେ ଟସ୍ ଜିତିଲା ପାକିସ୍ତାନ । ବୋଲିଂ କରିବାକୁ ନିଷ୍ପତି ନେଇ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ପାକିସ୍ତାନ । ତେବେ ଆଉ କିଛି ସମୟ ପରେ ବିଶ୍ୱକପ କ୍ରିକେଟର ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦିଙ୍କ ମଧ୍ୟରେ ମହାସଂଗ୍ରାମ ଆରମ୍ଭ ହେବ । ଭାରତୀୟ ଦଳରେ ଗୋଟିଏ ମାତ୍ର ପରିବର୍ତ୍ତନ ହୋଇଛି ଧାୱନଙ୍କ ସ୍ଥାନରେ ଅଲରାଉଣ୍ଡର ବିଜୟ ଶଙ୍କର ଦଳୀୟ ଏକାଦଶରେ ସୁଯୋଗ ପାଇଛନ୍ତି ।

ବିଶ୍ୱକପରେ ସପ୍ତମ ଥର ପାଇଁ ଉଭୟ ଦଳ ପରସ୍ପରକୁ ଭେଟୁଛନ୍ତି । ଓଲ୍ଡ ଟ୍ରାଫଡ୍ ପିଚରେ ବ୍ୟାଟିଂ କରିବା କଷ୍ଟକର ନୁହେ ାଁ ତେବେ ଗତ କିଛି ଦିନ ହେଲା ପାଗ କୋହଲା ରହିଥିବାରୁ ଥିବାରୁ ବୋଲର ଅଧିକ ଫାଇଦାରେ ରହିବେ । ବଲ୍ ଅଧିକ ସୁଇଂ ହେବ । ମ୍ୟାଚ ପୂର୍ବରୁ ଉଭୟ ପାକିସ୍ତାନ ଓ ଭାରତୀୟ ଟିମ ଜୋରଦାର ଅଭ୍ୟାସ କରିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ସେପଟେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ରୋକିବାକୁ ଚେଷ୍ଟା କରିବେ ପାକ୍ ପେସର ମହମ୍ମଦ ଆମିର ଏବଂ ୱାହବ ରିଆଜ । ସେହିପରି ବୁମରା ଓ ଭୁବନେଶ୍ୱରଙ୍କ ସୁଇଂ ଏବଂ ଚହଲଙ୍କ ସ୍ପିନ୍ ପାକିସ୍ତାନକୁ ଚ୍ୟାଲେଂଜ ଦେବ ।