ସୁପର ସଣ୍ଡେର ମହାଲଢେଇ ! ପ୍ରଥମେ ବୋଲିଂ କରିବ ଭାରତ ।

ଫିକା ପଡ଼ିପାରେ ଟି-୨୦ ବିଶ୍ୱକପ୍ ! ୯ ବର୍ଷପରେ ପ୍ରଥମ ଥର ପାଇଁ ଗ୍ରୁପ୍ ପର୍ଯ୍ୟାୟରେ ମୁହାଁମୁହିଁ ହେବେନି ଭାରତ-ପାକିସ୍ତାନ ।

ଏସିଆ କପ୍ ସୁପର ଟକ୍କର ମ୍ୟାଚରେ ପାକିସ୍ତାନ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ବୋଲିଂ କରିବ। ଚଳିତ ଏସିଆ କପର ପ୍ରଥମ ମୁକାବିଲାରେ ଭାରତ ୮ ଓ୍ଵିକେଟରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଥିଲା। ହେଲେ ପାକିସ୍ତାନ କ୍ରିକେଟ୍ ଦଳ ଅନେକ ସମୟରେ ଅପ୍ରତ୍ୟାଶିତ ପ୍ରଦର୍ଶନ କରିବାର ବହୁ ଉଦାହରଣ ରହିଛି। ଯାହା ଆସନ୍ତାକାଲି ଖେଳାଯିବାକୁ ଥିବା ଦ୍ୱିତୀୟ ମୁକାବିଲା ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଛି।

ତିନିଟି ମ୍ୟାଚରୁ ତିନିଟି ବିଜୟ ହାସଲ କରିଥିବା ଭାରତ ଏହି ମ୍ୟାଚକୁ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିବ। ଅନ୍ୟ ପକ୍ଷରେ ପାକିସ୍ତାନ ବୁଧବାର ପରାଜୟର ପ୍ରତିଶୋଧ ରବିବାର ନେବା ଯୋଜନାରେ ଥିବ। ଏସିଆ କପରେ ପାକିସ୍ତାନକୁ ଭାରତ ୭ ଏବଂ ଭାରତକୁ ପାକିସ୍ତାନ ୫ ଥର ପରାସ୍ତ କରିଛି। ନବାଗତ ହଂକଂ ବିପକ୍ଷରେ ଭାରତ ଆଶ୍ଚର‌୍ୟ୍ୟଜନକ ଭାବେ ସଂଘର୍ଷ କରିଥିଲା। ହେଲେ ପାକିସ୍ତାନ ଏବଂ ବାଂଲାଦେଶ ବିପକ୍ଷରେ ସହଜ ବିଜୟ ହାସଲ କରି ଲୟକୁ ଫେରିଥିଲା। ସେପଟେ ହଂକଂକୁ ୮ ଓ୍ଵିକେଟରେ ହରାଇବା ପରେ ଭାରତଠାରୁ ସେହି ୮ ଓ୍ଵିକେଟରେ ହାରିଥିଲା ପାକିସ୍ତାନ।

ଶୁକ୍ରବାର ଅବଶ୍ୟ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ରବିବାର କିନ୍ତୁ ପାକିସ୍ତାନ ଗତବର୍ଷର ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପ୍ରଦର୍ଶନକୁ ଦୋହରାଇବା ଆଶାରେ ଓହ୍ଲାଇବ। ଗତବର୍ଷ ଇଂଲଣ୍ଡରେ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତ ଲିଗ୍ ପର‌୍ୟ୍ୟାୟରେ ପାକିସ୍ତାନକୁ ହରାଇଥିଲା। ହେଲେ ଫାଇନାଲରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

ବିରାଟ କୋହଲିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଗତ ଦୁଇଟି ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଅପକ୍ଷାକୃତ ଭଲ କରିଛି। ଶିଖର ଧାଓ୍ଵନ ଓ ଅଧିନାୟକ ରୋହିତ ଶର୍ମା ଦୃଢ଼ ମୂଳଦୁଆ ପକାଇବା ପରେ ମଧ୍ୟକ୍ରମ ମଧ୍ୟ ଆଶାଜନକ ଖେଳ ଖେଳିଛି। କେଦାର ଯାଦବ, ରବୀନ୍ଦ୍ର ଜାଦେଜା ଚମତ୍କାର କ୍ରିକେଟ୍ ଖେଳିଥିଲା ବେଳେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଶୁକ୍ରବାର ବେଶ୍ କିଛି ସମୟ କ୍ରିଜରେ କଟାଇଛନ୍ତି। ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଗତ ମ୍ୟାଚ୍ ଭଳି ରବିବାର ମଧ୍ୟ ପାକ୍ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିବେ ବୋଲି ଆଶା କରାଯାଉଛି। ପାକିସ୍ତାନର ଶୀର୍ଷକ୍ରମ ଆପାତତଃ ଲୟକୁ ଫେରିବାର ସଂକେତ ଦେଇଛି। ହେଲେ ପ୍ରମୁଖ ବୋଲର ମହମ୍ମଦ ଆମିର ପ୍ରଭାବହୀବ ରହିବା ପାକିସ୍ତାନ ପାଇଁ ଚିନ୍ତାର କରଣ ହୋଇଛି। ତଥାପି ରବିବାର ଉଭୟ ଦଳରେ ବଡ଼ ଧରଣର ଅଦଳ ବଦଳ ହେବାର ଆଶଙ୍କା କମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe