ବର୍ତ୍ତମାନ ମହିଳା କ୍ରିକେଟ୍ ଦଳର ଟି-୨୦ ମ୍ୟାଚ୍ ଆୟୋଜନ କରାଯାଇଛି । ଯେଉଁଥିପାଇଁ ଭାରତୀୟ ମହିଳା କ୍ରିକେଟଦଳର ସଦସ୍ୟ ପଡିଆରେ ଖୁବ୍ ଭଲ ପ୍ରଦର୍ଶନ କରୁଛନ୍ତି । ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ଏବଂ ପରେ ପାକିସ୍ଥାନକୁ ହରାଇ ଟିମ୍ ଇଣ୍ଡିଆ ଏବେ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି । ୧୧ ନଭେମ୍ବରରେ ହୋଇଥିବା ମ୍ୟାଚ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ପାକିସ୍ଥାନକୁ ୭ ୱିକେଟରେ ହରାଇ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିଲେ ମଧ୍ୟ ଚର୍ଚ୍ଚାର କାରଣ ଥିଲା ଆଉ କିଛି । ପ୍ରଥମ ମ୍ୟାଚରେ ପାକ୍ ୧୩୩ ରନ୍ କରିଥିବାବେଳେ ଟସ୍ ପଡିବା ପରେ ହିଁ ଭାରତ ସ୍କୋରବୋର୍ଡରେ ପୁର୍ବରୁ ୧୦ ରନ୍ ଚଢି ଯାଇଥିଲା । ଏହି ୧୦ ରନ୍ ପାକିସ୍ଥାନକୁ ପେନାଲ୍ଟୀ ରୁପରେ ରଖାଯାଇଥିଲା ।
ବେଟିଙ୍ଗ୍ ସମୟରେ ଅମ୍ପାୟାର୍ ପାକିସ୍ଥାନ ବୋଲରଙ୍କୁ ପିଚ୍ ଉପରେ ଦୌଡିବା ପାଇଁ ମନା କରିଥିବା ସତ୍ତେ୍ୱ ନିୟମକୁ ନମାନି ଖେଳାଳୀ ପିଚ୍ ଉପରେ ଦୌଡିଥିଲେ । ଏଭଳି ଦୁଇଥର ହେବା ପରେ ପ୍ରତ୍ୟେକ ଥର ୫ ରନ୍ ର ପେନାଲ୍ଟୀ ଲାଗିଗଲା ଏବଂ ୧୦ ରନ୍ ଭାରତ ବୋର୍ଡରେ ସାମିଲ୍ ହୋଇଗଲା ।
ଏହି ଘଟଣାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଖୁବ୍ ଅସନ୍ତୋଷ ଦେଖାଦେଇଛି । କେହି କେହି ଏହାକୁ କଡା ସଜା କହିଥିବା ବେଳେ ଆଉ କେହି ଏହାକୁ ନିୟମ ଅନ୍ତର୍ଗତ କହିଛନ୍ତି । ଇଣ୍ଡିଆ ମହିଳା ଦଳର ଅଧିନାୟକ ରହିଥିବା ଅଞ୍ଜୁମ୍ ଚୋପ୍ରାଙ୍କ କହିବା ମୁତାବକ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ ୧୦ ରନ୍ ଖୁବ୍ ଅଧିକ ହୋଇଥାଏ । ଏହା ଖୁବ୍ କଡା ନିୟମ ହୋଇଗଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/erdewr.jpg)
/kanak/media/post_attachments/wp-content/uploads/2018/11/tdre-300x180.jpg)
/kanak/media/post_attachments/wp-content/uploads/2018/11/htgrc-300x184.jpg)