ପାକିସ୍ତାନର ମୁଖା ଖୋଲିଲେ ପାକ ହକି ଟିମର କୋଚ୍: କହିଲେ, ୯ ମାସ ହେବ ଦରମା ଦେଉନି ପାକିସ୍ତାନ

324

କନକ ବ୍ୟୁରୋ: ପୁଣି ଖୋଲିଛି ପାକିସ୍ତାନର ମୁଖା । ପାକିସ୍ତାନ ସରକାର ବିରୋଧରେ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନ ଅନ୍ତର୍ଜାତୀୟ ହକି ଟିମର କୋଚ ସେଇଗଫ୍ରେଡ ଆଇକମ୍ୟାନ । ପାକିସ୍ତାନ ସରକାର କେମିତି କ୍ରୀଡା ଭିତରେ ହସ୍ତକ୍ଷେପ କରି ତାଙ୍କ ଦରମା ବନ୍ଦ କରିଦେଇଛନ୍ତି ସେ ନେଇ ସେ ବଡ ଖୁଲାସା କରିଛନ୍ତି । କନକ ନ୍ୟୁଜ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଏଭଳି ବୟାନ ଦେଇଛନ୍ତି ପାକିସ୍ତାନ ହକି ଟିମର କୋଚ ।

ସେଇଗଫ୍ରେଡ ଆଇକମ୍ୟାନ କହିଛନ୍ତି, ପାକିସ୍ତାନ ସରକାରରେ ରାଜନୈତିକ ସଙ୍କଟ ଯୋଗୁଁ ମୁଁ ମୋ ଦରମା ପାଇପାରୁନି । ପାକିସ୍ତାନ ସରକାର ପାକିସ୍ତାନ ହକି ଫେଡରେସନର କିଛି ଅଧିକାରୀଙ୍କ ଉପରେ ଖୁସି ନାହାନ୍ତି, ଯାହା ଦ୍ୱାରା ମୁଁ ଫସିଯାଇଛି । ୯ ମାସ ହେବ ମୁଁ ଦରମା ପାଇ ନାହିଁ । ବହୁତ କଷ୍ଟ ମୋ ପାଈଁ । ଭାରତ ପାକିସ୍ତାନ ମ୍ୟାଚ ହେଉ ବୋଲି ମୁଁ ଚାହେଁ । କାରଣ ବହୁତ ଲୋକ ଏହି ମ୍ୟାଚ ଦେଖନ୍ତି । ଖେଳାଳି ତାଙ୍କର ବେଷ୍ଟ ଦିଅନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଶେଷ ଅଲମ୍ପିକ୍ସରେ ଭାରତ ଯାହା କଲା ତା ରେଜଲ୍ଟ ସମସ୍ତଙ୍କ ଆଗରେ । ଆଗରୁ ଭାରତ ଯାହା କରି ଆସୁଛି ପାକିସ୍ତାନ ଏବେ ସେଇଟା କରିବା ଆରମ୍ଭ କରୁଛି । ପାକିସ୍ତାନ ସରକାର କ୍ରିଡାରେ ରାଜନୀତି କରୁଛନ୍ତି । ପାକିସ୍ତାନରେ ଆସି ଖେଳିବାକୁ କୌଣସି ଦେଶ ଚାହୁଁନାହାନ୍ତି । ପାକିସ୍ତାନ ମୁଦ୍ରା ତଳକୁ ଖସୁଛି । ସେପଟେ ଭାରତରେ ପର୍ଯ୍ୟାପ୍ତ ସୁବିଧା ଓ ସୁଯୋଗ ରହିଛି ।

ଓଡିଶାକୁ ପ୍ରଶଂସା କରି ସେ କହିଥିଲେ, ୫ମ ଥର ପାଇଁ ମୁଁ ଓଡିଶା ଆସିଛି, ଏହା ବହୁତ ସୁନ୍ଦର ରାଜ୍ୟ । ବତ୍ୟା ପରେ ପରେ ଆସିଥିଲି କିଛି ନଥିଲା ବର୍ତମାନ ଏହାର ଇନଫାଷ୍ଟ୍ରକଚର ବହୁତ ସୁନ୍ଦର । ଓଡିଶାର ମୁଖ୍ୟମନ୍ତ୍ରୀ ବହୁତ ଭଲକାମ କରୁଛନ୍ତି । ମ୍ୟାଚ ଦେଖିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ରହୁଛି ।