ଭାରତକୁ ପାକିସ୍ତାନର ଚେତାବନୀ: ପାକ୍ ବୈଦେଶିକ ମନ୍ତ୍ରୀ କହିଲେ, ଆଣବିକ ଘାଟି ଉପରେ ଭାରତ ଆକ୍ରମଣ କଲେ ଚୁପ୍ ବସିବନାହିଁ ପାକିସ୍ତାନ
କନକ ବ୍ୟୁରୋ: ପାକିସ୍ତାନକୁ ଭାରତୀୟ ବାୟୁସେନା ମୁଖ୍ୟଙ୍କ ଧମକ ପରେ ଚିହିଁକି ଉଠିଛି ପାକିସ୍ତାନ । ଆଉ ସାଙ୍ଗେ ସାଙ୍ଗେ ଭାରତକୁ ଦେଇଛି ପାଲଟା ଧମକ । ଯଦି ପାକିସ୍ତାନର ଆଣବିକ ଅସ୍ତ୍ର ରଖିଥିବା ସ୍ଥାନରେ ଭାରତ ସର୍ଜିକାଲ ଷ୍ଟ୍ରାଇକ କରେ ତେବେ ପାକିସ୍ତାନ ଚୁପ୍ ବସିବ ନାହିଁ । କେହି ପାକିସ୍ତାନ ଠାରୁ ଧୈର୍ଯ୍ୟ ଆଶା କରିବା ଉଚିତ ନୁହେଁ ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ପାକ୍ ବୈଦେଶିକ ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ୍ ଆମେରିକାରେ ଏପରି କହିଥିବା ପାକିସ୍ତାନୀ ୱେବସାଇଟ୍ ଡନ୍ ନ୍ୟୁଜ୍ରେ ଖବର ପ୍ରକାଶ ପାଇଛି । ୱାଶିଂଟନରେ ୟୁଏସ ଇନଷ୍ଟିଚ୍ୟୁଟ୍ ଅଫ୍ ପିସରେ ଭାଷଣ ଦେବା ଅବସରରେ ଭାରତକୁ ଏପରି ପାଲଟା ଧମକ ଦେଇଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ।
ଅନ୍ୟପଟେ, ଗତକାଲି ଭାରତୀୟ ବାୟୁସେନା ମୁଖ୍ୟ ବିଏସ ଧନୋଆ କହିଥିଲେ ଯେ ଯଦି ସରକାର ଅନୁମତି ଦିଅନ୍ତି ତେବେ ପାକିସ୍ତାନ ରଖିଥିବା ଆଣବିକ ଅସ୍ତ୍ର ଆଡ୍ଡା ଉପରେ ସର୍ଜିକାଲ କରିବାକୁ ଭାରତୀୟ ସେନା ସଂପୂର୍ଣ୍ଣ ଭାବେ ସକ୍ଷମ ।