ପୁଣିଥରେ ପାକିସ୍ତାନର ମୁଣ୍ଡ ନୁଆଁଇଲେ ମଲିହା ଲୋଧୀ ! ଟ୍ୱିଟରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ବିଦେଶ ମନ୍ତ୍ରୀ ।

420

ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମଲିହା ଲୋଧୀ ଟ୍ୱିଟରରେ ଏକ ବଡ଼ ଧରଣର ଭୁଲ୍ କରିଦେଇଛନ୍ତି । ଯେଉଁଥିପାଇଁ ପାକିସ୍ତାନକୁ ଏବେ ସମାଲୋଚନାର ଶିକାର ହେବାକୁ ପଡିଛି । ଟ୍ୱିଟରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବେରିସ୍ ଜନସନ୍ ଙ୍କୁ “ବିଦେଶ ମନ୍ତ୍ରୀ” କହିବା ଏବେ ମଲିହାଙ୍କୁ ଭାରି ପଡିଛି । ଲୋଧୀ ଟ୍ୱିଟ୍ କରି କହିଥିଲେ , “ଆଜି ସକାଳେ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ବ୍ରିଟେନ୍ ବିଦେଶ ମନ୍ତ୍ରୀ ବେରିସ୍ ଜନସନ୍ ଙ୍କ ସହ ସାକ୍ଷାତ କଲେ ।” ଏହି ଟ୍ୱିଟ୍ ରେ ସେ ଦୁଇ ନେତାଙ୍କ ସାକ୍ଷାତ ସମୟର ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ତେବେ ପାଖାପାଖି ୧ ଘଣ୍ଟା ପରେ ଲୋଧୀ ଟ୍ୱିଟ୍ ହଟାଇ କହିଥିଲେ , ‘ଗତ ଟ୍ୱିଟ୍ ରେ ଲେଖା ହୋଇଥିବା ଭୁଲ୍ ପାଇଁ ମୁଁ କ୍ଷମା ମାଗୁଛି ।’

ମଲିହାଙ୍କ ଏହି ଟ୍ୱିଟ୍ ପରେ ଲୋକମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ । ତେବେ ଆପଣଙ୍କୁ କହିରଖୁଛୁ ମଲିହାଙ୍କୁ ସର୍ବସମ୍ମୁଖରେ ଏଭଳି ବେଇଜ୍ଜତ ହେବା ଘଟଣା ପ୍ରଥମ ନୁହଁ । ୨୦୧୭ ରେ ଲୋଧି ସଂଯୁକ୍ତ ରାଷ୍ଟ୍ରରେ ଆଘାତ ହୋଇଥିବା ଏକ ଝିଅର ଫଟୋ ପୋଷ୍ଟ୍ କରି “କାଶ୍ମୀରରେ କ୍ରୁରତା” ହେବା ଭଳି ବିବାଦୀୟ ଲେଖ ପୋଷ୍ଟ୍ କରିଥିଲେ । ଯାହା ପରେ ଏହା ଏକ ମିଥ୍ୟା ଚିତ୍ର ବୋଲି ଜଣାପଡିଥିଲା । ବାସ୍ତବରେ ଉକ୍ତ ଫଟୋଟି ଜଣେ ୧୭ ବର୍ଷୀୟ ଫଲସ୍ତିନି ଝିଅର ଥିଲା ଯେ ଗାଜାରେ ଇସରାଏଲ୍ ଆକ୍ରମଣରେ ଗୁରୁତର ହୋଇଯାଇଥିଲା । ଉକ୍ତ ଫଟୋଟି ୨୦୧୪ ରେ ପୁରଷ୍କାର ବିଜେତା ଫଟୋଗ୍ରାଫର୍ ହେଦି ଲେବିନ୍ ଉତ୍ତୋଳନ କରିଥିଲେ ।