ପାକିସ୍ତାନର ଧାର୍ମିକ ଜୁଲୁସ ଉପରେ ଗ୍ରେନେଡ ମାଡ । ୨ ଜଣଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

158

କନକ ବ୍ୟୁରୋ :  ପାକିସ୍ତାନର ବହାବଲନଗରରେ ଚାଲିଥିବା ଏକ ଜୁଲୁସ ଉପରେ ଗ୍ରେନେଡ ମାଡ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି । ପାକିସ୍ତାନର ଗୃହମନ୍ତ୍ରୀ ରାଜା ବଶାରତ ପାକିସ୍ତାନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସୂଚନା ମୁତାବକ ପଞ୍ଜାବ ସୀମାକୁ ଲାଗିଥିବା ପାକିସ୍ତାନର ବହାବଲନଗର ମୁଜାହିର କଲୋନୀ ଜାମିୟା ମସଜିଦ ଦେଇ ଜୁଲୁସ ଅତିକ୍ରମ କରୁଥିବା ବେଳେ କେହିଜଣେ ଜୁଲୁସ ଉପରକୁ ଗ୍ରେନେଡ ମାଡ କରିଥିଲା । ଏଭଳି ଘଟଣା ଘଟିବା ପରେ ପୋଲିସ ଗ୍ରେନେଡ ମାଡ କରିଥିବା ବ୍ୟକ୍ତିକୁ ଗିରଫ୍ କରିଛି । ରାଜା ବଶାରତ କହିଛନ୍ତି କି ଏହି ଗ୍ରେନେଡ ମାଡରେ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ରହିଛି ।

ଏହାପୂର୍ବରୁ ସୋସିଆଲ ମିଡିଆରେ ଆସିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି କି ପୋଲିସ ଓ ଆମ୍ବୁଲାନ୍ସ ବିଷ୍ଫୋରଣ ସ୍ଥଳରେ ପହଂଚିଛି । କିଛି ଆହତ ସଡକ କଡରେ ପଡି ସହାୟତା ମାଗୁଥିବା ବେଳେ କିଛି ଆମ୍ବୁଲାନ୍ସ ଅପେକ୍ଷାରେ ରହି ଚିକ୍ରାର କରୁଛନ୍ତି । ଶିୟା ଲିଡର ଖାବର ଶଫାକତ କହିଛନ୍ତି କି ଜୁଲୁସ ଯେତେବେଳେ ମହାଜିର କଲୋନୀ ଅତିକ୍ରମ କରୁଥିଲା ସେତେବେଳେ ବିଷ୍ଫୋରଣ ହୋଇଥିଲା । ସେ ଏହି ଘଟଣାକୁ କଡା ନିନ୍ଦା କରିବା ସହ ସୁରକ୍ଷା ବଢାଇବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।