ମୋଦିଙ୍କ ଭାଷଣକୁ ବି ବୁଝି ପାରିଲାନି ପାକିସ୍ତାନୀ ମିଡିଆ । ପ୍ରଧାନମନ୍ତ୍ରୀଙ୍କ ‘ଅଭିନନ୍ଦନ’ର ଅର୍ଥକୁ ଏଭଳି କହି ଉପସ୍ଥାପନା କଲେ ଟିଭି ଆଙ୍କର । ଭିଡିଓ ହେଲା ଭାଇରାଲ

Advertisment
ମୋଦିଙ୍କ ଭାଷଣକୁ ବି ବୁଝି ପାରିଲାନି ପାକିସ୍ତାନୀ ମିଡିଆ । ପ୍ରଧାନମନ୍ତ୍ରୀଙ୍କ ‘ଅଭିନନ୍ଦନ’ର ଅର୍ଥକୁ ଏଭଳି କହି ଉପସ୍ଥାପନା କଲେ ଟିଭି ଆଙ୍କର । ଭିଡିଓ ହେଲା ଭାଇରାଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣକୁ ବି ବୁଝି ପାରିଲାନି ପାକିସ୍ତାନ । ମୋଦିଙ୍କ ଭାଷଣର ଅଲଗା ଅର୍ଥ ବାହାର କରି ଟିଭିରେ ତାକୁ ବାରମ୍ବାର ପ୍ରସାରଣ କରିଛି ପାକିସ୍ତାନ ଗଣମାଧ୍ୟମ । ଆଉ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ହୋଇଥିବା ଏହି ଭିଡିଓରେ ସ୍ପଷ୍ଟ ରୂପେ ଜଣାପଡିଯାଉଛି କି, ମୋଦିଙ୍କ ଭାଷଣର ଭୁଲ ଅର୍ଥ ବାହାର କରି ପାକିସ୍ତାନୀ ଆଙ୍କର ଜଣକ ବାରମ୍ବାର କହିଚାଲିଛନ୍ତି କି, ବିଜୟ ପରେ ବି ମୋଦି ପାକିସ୍ତାନୀ ସେନାଙ୍କ ଦ୍ୱାରା ଗିରଫ ହୋଇଥିବା ୱିଙ୍ଗକମାଣ୍ଡର ଅଭିନନ୍ଦନଙ୍କୁ ଭୁଲି ନାହାନ୍ତି । ଭାରତର ପ୍ରଧାନମନ୍ତ୍ରୀ ଅଭିନନ୍ଦନଙ୍କୁ ହିରୋ ଭାବେ ନିଜ ବିଜୟୀ ସଭାରେ ଉପସ୍ଥାପନା କରିଛନ୍ତି ।

କିନ୍ତୁ ବାସ୍ତବ କଥା ହେଲା ମୋଦି ଉକ୍ତ ଭାଷଣରେ ୱିଙ୍ଗ କମାଣ୍ଡରଙ୍କ ବିଷୟରେ କିଛି ବି ଆଲୋଚନା କରିନଥିଲେ ବରଂ ମୋଦି ଅଭିନନ୍ଦନର ବ୍ୟବହାର ଧନ୍ୟବାଦ ଦେବା ଅର୍ଥରେ ବ୍ୟବହାର କରିଥିଲେ । ତେବେ ପାକିସ୍ତାନୀ ମିଡିଆର ଏଭଳି ସାଘାଂତିକ ଭୁଲକୁ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ୍ କରିଛନ୍ତି ୟୁଜର୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe