କନକ ବ୍ୟୁରୋ : ଭୋକରେ ଆଉଟପାଉଟ ଛୋଟ ପିଲା । ଖୋଲା ଆକାଶତଳେ ଦିନ ବିତାଉଛନ୍ତି ମହିଳା, ସରକାରୀ ସହାୟତାକୁ ଅନେକ ବସିଛନ୍ତି ହଜାର ହଜାର ଲୋକ । ଏଭଳି ଚିତ୍ର ଦେଖିବାକୁ ମିଳିଛି ପାକିସ୍ତାନର ସିନ୍ଦ୍ ପ୍ରଦେଶରେ । ଏଠାରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପାକିସ୍ତାନର ସିନ୍ଦ ପ୍ରଦେଶକୁ ପୁରା ଛାରଖାର କରିଦେଇଛି । ଏସବୁ ଭିତରେ ସରକାର ଲଗାତର ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଓ ଲୋକମାନଙ୍କ ପାଖରେ ଖାଦ୍ୟ ପହଂଚାଇବାକୁ ଚେଷ୍ଟା କରୁଛି । ହେଲେ ପାଣିଘରରେ ସମସ୍ତଙ୍କ ପାଖରେ ଖାଦ୍ୟ ପହଂଚାଇବାରେ ସକ୍ଷମ ହୋଇପାରୁ ନାହିଁ ପ୍ରଶାସନ । ଅନ୍ୟପଟେ ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ଏବେ ହାତ ଟେକି ଦେଇଛନ୍ତି ।

Advertisment

କୁହାଯାଉଛି କି ପାକିସ୍ତାନ ବନ୍ୟାରେ ୧୩ ଶହରୁ ଅଧିକ ଲୋକଙ୍କର ଜୀବନ ଯାଇଛି । ସେପଟେ ବନ୍ୟା ପରେ ଡେଙ୍ଗୁର ଭୟ ଏବେ ଲୋକଙ୍କୁ ଭୟଭିତ କରିଛି । ଏହି ବନ୍ୟାରେ ପୁରା ଦେଶରେ ୨୨ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା କଥା କୁହାଯାଇଛି । ଦେଶର ମୋଟ ୧୬୦ ଟି ଜିଲ୍ଲା ମଧ୍ୟରୁ ୮୧ ଟି ଜିଲ୍ଳାରେ ଭୀଷଣ ବନ୍ୟା ଦେଖିବାକୁ ମିଳିଛି । ଏଥିଷର ୩.୩ କୋଟି ଲୋକଙ୍କର ଘର ଭାଙ୍ଗିଯାଇଛି ।

ସେପଟେ ଲୋକମାନଙ୍କ ପାଇଁ ସରକାର ଯେଉଁ ସହାୟତା ସାମଗ୍ରୀ ପଠାଉଛନ୍ତି ସେଥିରେ ବି ଭ୍ରଷ୍ଟାଚାର ହେଉଛି । କିଛିଲୋକ ବନ୍ୟା ପୀଡିତଙ୍କ ପାଇଁ ନିଆଯାଉଥିବା ଖାଦ୍ୟ ସାମଗ୍ରୀ ଲୁଟି ନେଉଛନ୍ତି ।