ଆଫଗାନ ଅର୍ଥନୀତି ଉପରେ କବଜା କରିବାକୁ ଚାହୁଁଛି ପାକିସ୍ତାନ । ପ୍ରଚଳିତ ହୋଇପାରେ ପାକ୍ ମୁଦ୍ରା

Advertisment
ଆଫଗାନ ଅର୍ଥନୀତି ଉପରେ କବଜା କରିବାକୁ ଚାହୁଁଛି ପାକିସ୍ତାନ । ପ୍ରଚଳିତ ହୋଇପାରେ ପାକ୍ ମୁଦ୍ରା

କନକ ବ୍ୟୁରୋ : ତାଲିବାନୀମାନେ ଆଫଗାନିସ୍ତାନ ଦଖଲ କରିବା ପରେ ଏବେ ସେଠାରେ ପାକିସ୍ତାନ ଆଡ୍ଡା ଜମାଇବାକୁ ବସିଛି । ଏହି କ୍ରମରେ ପାକିସ୍ତାନ ଆଫଗାନିସ୍ତାନର ଅର୍ଥନୀତି ଉପରେ କବଜା କରିବାକୁ ପ୍ରୟାସ ଆରମ୍ଭ କରିଛି । ଗୁରୁବାର ଦିନ ପାକିସ୍ତାନ ଆଫଗାନିସ୍ତାନ ପାଇଁ ନିଜର ଆର୍ଥିକ ଯୋଜନା ଘୋଷଣା କରିଛି । ଏହି ଘୋଷଣା ମୁତାବକ ପାକିସ୍ତାନ ଆଫଗାନିସ୍ତାନ ସହ ନିଜର ମୁଦ୍ରାକୁ ମିଳିତଭାବେ ଦ୍ୱିପାକ୍ଷୀକ ବାଣିଜ୍ୟ କରିବାକୁ ନିଷ୍ପତ୍ତି ନେଇଛି ।

ପାକିସ୍ତାନ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଶୌକତ ତାରିନ ଗୁରୁବାର ଦିନ କହିଛନ୍ତି କି ପାକ୍ ସରକାର ଆଫଗାନିସ୍ତାନ ସହିତ ପାକିସ୍ତାନୀ ମୁଦ୍ରା ବାଣିଜ୍ୟ କରିବାକୁ ନିଷ୍ପତ୍ତି ନେଇଛି । ଏହାସହ ଆଫଗାନିସ୍ତାନ ପାଖରେ ଡଲାର କମ ଥିବାରୁ ପାକିସ୍ତାନ ନିଜ ମୁଦ୍ରାର ବାଣିଜ୍ୟ କରିବାକୁ କହିଛି ।

ଶୌକତ ଆହୁରି କହିଛନ୍ତି କି “ଆଫଗାନିସ୍ତାନର ସ୍ଥିତି ଉପରେ କଡା ନଜର ରହିଛି, ଆଫଗାନିସ୍ତାନର ଭୁଶୁଡି ପଡିଥିବା ଅର୍ଥ ବ୍ୟବସ୍ଥାର ସୁଧାର ପାଇଁ ପାକ୍ ତରଫରୁ ଏକ ବିଶେଷଜ୍ଞ ଟିମ୍ ପଠାଯିବ   ।”   କହିରଖୁ କି, ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ସମେତ ଅନେକ ସଂସ୍ଥା ଆଫଗାନକୁ ଦେଉଥିବା ସହାୟତା ବନ୍ଦ କରିଦେଇଛନ୍ତି ଓ ଏହାସହ ଆଫଗାନରେ ଥିବା ସେମାନଙ୍କର ସମସ୍ତ ସଂପତି ଫ୍ରିଜ କରି ଦେଇଛନ୍ତି । ଅନ୍ୟପଟେ ସରକାର ଗଠନ କରିବା ପରେ ତାଲିବାନର ସ୍ଥିତି ସେଠାରେ କାଙ୍ଗାଳ ଭଳି ରହିଛି । ପାକିସ୍ତାନ ପୂର୍ବରୁ ଚୀନ ପ୍ରଥମ ଦେଶ ଭାବେ ଆଫଗାନିସ୍ତାନକୁ ୩୧୦ ଲକ୍ଷ ଡଲାରର ସହାୟତା ଘୋଷଣା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe