କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଛି ବିବାଦ । ସୋମବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁଜରାଟରେ କହିଛନ୍ତି, ପାକିସ୍ତାନ ଅର୍ନ୍ତଜାତୀୟ ଆତଙ୍କବାଦର ଏକ୍ସପର୍ଟ । ଏହା ଛଡା ଅନ୍ୟ କୌଣସି ଦେଶରେ ଏହିଭଳି କରାଯାଉନାହିଁ । ଏହି ଦେଶ ଆତଙ୍କବାଦର ଖୋଲାଖୋଲି ସମର୍ଥନ କରୁଛି । ଏହାକୁ ନେଇ ପାକିସ୍ତାନ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଉଠିଛି । ପ୍ରତ୍ୟେକ ଥର ଭଳି ଭାରତ ବିରୋଧରେ ପୁଣି ମିଛ ଦାବି ଉପସ୍ଥାପନ କରିଛି । ସାରା ବିଶ୍ୱକୁ ଭୁଲାଇବା ପାଇଁ ପାକିସ୍ତାନ ଉଦ୍ୟମ ଆରମ୍ଭ କରିଛି ।

Advertisment

ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି ଜୟଶଙ୍କର ଏହିଭଳି କହିବା ସ୍ପଷ୍ଟ ଭାରତର ଅନ୍ୟନେତାଙ୍କ ଭଳି । ଆତଙ୍କବାଦକୁ ନେଇ ବିଶ୍ୱକୁ ପାକିସ୍ତାନ ବିରୋଧରେ ଭୁଲାଇବାକୁ ଉଦ୍ୟମ କରାଯାଉଛି । ଏହି ଭଳି ବୟାନ ନିହାତି ନିନ୍ଦନୀୟ । ପାକିସ୍ତାନ ଏହା ମଧ୍ୟ ଦାବି କରିଛି ଯେ, ଭାରତ ନିଜର ମାଟିରେ ଆତଙ୍କବାଦକୁ ସମର୍ଥନ କରିବା ସହ ପାକିସ୍ତାନ ବିରୋଧରେ ଷଡଯନ୍ତ୍ର କରୁଛି ।