ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତ ଏବଂ ଆତଙ୍କବାଦକୁ ସପୋର୍ଟ କରୁଥିବା ପାକିସ୍ତାନ ଭିତରେ ବାକଯୁଦ୍ଧ ଚାଲୁରହିଛି । ଏହି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ପାର୍ଟି ପାକିସ୍ତାନ ତହରୀକ-ଏ-ଇନସାଫ୍ (ପିଟିଆଇ) ର ସାଂସଦ ରମେଶ କୁମାର ବଂକୱାନୀ ଭାରତ ଆସିଥିଲେ । ଏହି ସମୟରେ ସେ ଦିଲ୍ଲୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ବିଦେଶ ରାଜ୍ୟ ମନ୍ତ୍ରୀ ଜେନେରାଲ୍ ବି.କେ ସିଂହଙ୍କ ସହ ସାକ୍ଷାତ କରିଥିଲେ । କେବଳ ଏତିକି ନୁହେଁ ସେ ଉତ୍ତରପ୍ରଦେଶର ପ୍ରୟାଗରାଜ୍ ମଧ୍ୟ ପରିଭ୍ରମଣରେ ଯାଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଡାକରାରେ ୧୮୭ ଦେଶର ପ୍ରତିନିଧି ପ୍ରୟାଗରାଜ କୁମ୍ଭମେଳାର ଭବ୍ୟତା ଏବଂ ଦିବ୍ୟତା ଦେଖିବାକୁ ପାଇଥିଲେ । ଏଥିରେ ପାକିସ୍ତାନ ତରଫରୁ ପିଟିଆଇ ସାଂସଦ ରମେଶ କୁମାର ବଂକୱାନୀ ମଧ୍ୟ ପହଂଚିଥିଲେ । ଏହି ସମୟରେ କୁମ୍ଭ ଆୟୋଜନ ଦୁନିଆରେ ଶାନ୍ତିର ବାର୍ତ୍ତା ଆଣିଥାଏ ବୋଲି କହିଲେ ପିଟିଆଇ ସାଂସଦ ରମେଶ । ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ତିକ୍ତତା ଚାଲିଥିଲେ ହେଁ ଭାରତ ପାକିସ୍ତାନ ପିଟିଆଇ ସାଂସଦକୁ ନା କେବଳ କୁମ୍ଭମେଳାକୁ ଆସିବାକୁ ଅନୁମତି ଦେଲେ ବରଂ ଅତିଥିଙ୍କ ପାଇଁ ଖାସ୍ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
ଆପଣଙ୍କୁ ଏଠାରେ କହିରଖୁଛୁ ଯେ ସିନ୍ଧୀ ସମାଜରୁ ଆସିଥିବା ସାଂସଦ ରମେଶ କୁମାର ପାକିସ୍ତାନ ସିନ୍ଧୀ ହିନ୍ଦୁ କାଉନସିଲର ଅଧ୍ୟକ୍ଷ ଅଟନ୍ତି । କୁମ୍ଭମେଳାରେ ସେ କହିଛନ୍ତି ଯେ ମୁଁ ଶାନ୍ତିର ବାର୍ତ୍ତା ନେଇ ପାକିସ୍ତାନ ଫେରିବି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/pti-ramesh-kumar-720.jpg)
/kanak/media/post_attachments/wp-content/uploads/2019/02/3fno04dg_ramesh-kumar-vankwani-twitter_625x300_22_February_19-300x185.jpg)