କନକ ବ୍ୟୁରୋ : ୨୦୨୩ ବିଶ୍ୱକପରେ ପାକିସ୍ତାନ ଟିମ୍ ପାଖାପାଖି ସେମିଫାଇନାଲରୁ ବାଦ ପଡିବାକୁ ଯାଉଛି । ଗତ ୪ଟି ମ୍ୟାଚରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଛି । ବିଶ୍ୱକପରେ ପାକିସ୍ତାନ ମୋଟ ୬ଟି ମ୍ୟାଚ ଖେଳି ୨ ଟି ମ୍ୟାଚରେ ବିଜୟୀ ହୋଇ ୪ ପଏଣ୍ଟ ହାସଲ କରିଛି । ଭାରତ ଓ ଆଫଗାନିସ୍ତାନ ଠାରୁ ପରାଜିତ ହେବା ପରେ ପାକିସ୍ତାନ ଟିମକୁ ନିଜ ଦେଶରେ ଜୋରଦାର ବିରୋଧ ସହ ସମାଲୋଚନା କରାଯାଉଛି ।

Advertisment

ଏଭଳି ସମୟରେ ପାକିସ୍ତାନ ଟିମ ବିଶ୍ୱକପ୍ ଭଳି ପ୍ରତିଷ୍ଠିତ ମୁକାବିଲାରେ ଭାଗ ନେଇଛି । ହେଲେ ପୂର୍ବ କ୍ୟାପଟେନ ରଶିଦ ଲତିଫ ଏକ ବଡ ଖୋଲାସା କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ପାକିସ୍ତାନ ଟିମର ଖେଳାଳୀଙ୍କୁ ପୂର୍ବ ୫ ମାସ ହେବ ଦରମା ମିଳିନାହିଁ । ୱିକେଟ କିପର ଭାବେ ପାକିସ୍ତାନ ଟିମରେ ପୂର୍ବରୁ ଖେଳୁଥିବା ଲତିଫ୍ ପିଟିବି ସ୍ପୋର୍ଟସକୁ କହିଛନ୍ତି କି, ପାକିସ୍ତାନ ଗଣମାଧ୍ୟମରେ ଅନେକ ମିଥ୍ୟା ଖବର ପ୍ରଚାରିତ ହେଉଛି । ହେଲେ ମୁଁ ଆପଣଙ୍କୁ ସତ୍ୟ ଖବର ଦେଉଛି , ଯେଉଁ ଖବରକୁ ଦେଶର ଗଣମାଧ୍ୟମ ଦବାଇ ଦେଇଛି ।

ଲତିଫ୍ କହିଛନ୍ତି କି, ବାବର ଆଜମ ଦୁଇଦିନ ଧରି ଚେୟାରମ୍ୟାନଙ୍କୁ ଖବର ପଠାଇବାକୁ ଚେଷ୍ଟା କରୁଛନ୍ତି ହେଲେ ସେ ତା’ର ଜବାବ ଦେଉନାହାଁନ୍ତି । ଏହାସହ ବାବର ଆଜମ୍ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ସଲମାନ ନସୀରଙ୍କୁ ମଧ୍ୟ ମେସେଜ କରିଛନ୍ତି । ଏହି ମେସେଜ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡର ନିର୍ଦ୍ଦେଶକ ଉସ୍ମାନ ବାହ୍ଲାଙ୍କୁ ମେସେଜ ପଠାଇଛନ୍ତି ।

ଲତିଫ୍ ଆହୁରି କହିଛନ୍ତି କି, ଖେଳାଳୀମାନଙ୍କୁ କୁହାଯାଇଛି ଯେ, ଆମେ ସେମାନଙ୍କ ଦ୍ୱାରା ସ୍ୱାକ୍ଷରିତ କେନ୍ଦ୍ରୀୟ ଚୁକ୍ତି ଉପରେ ପୁନର୍ବିଚାର କରିବୁ । ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇ ଲତିଫ କହିଛନ୍ତି, ଖେଳାଳୀମାନେ ୫ ମାସ ହେବ ଦରମା ପାଇ ନାହାଁନ୍ତି, ତେଣୁ ସେମାନେ କେମିତି ଖେଳିବେ ।