ହାଇଦ୍ରାବାଦରେ ପହଞ୍ଚିଲା ପାକିସ୍ତାନ୍ ଟିମ୍: ଗେରୁଆ ଉତରୀୟ ଦେଇ କରାଗଲା ଭବ୍ୟ ସ୍ୱାଗତ

1,048

କନକ ବ୍ୟୁରୋ: ଦୀର୍ଘ ୭ ବର୍ଷ ପରେ ପାକିସ୍ତାନ କ୍ରିକେଟ ଟିମ୍ ଭାରତ ଆସିଛି । ଆସନ୍ତା ମାସରୁ ଭାରତରେ ହେବାକୁ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଗତକାଲି ରାତିରେ ହାଇଦ୍ରାବାଦ ପହଂଚିଛି । ଅଧିନାୟକ ବାବର ଆଜମ ଏବଂ ପୁରା ଟିମକୁ ଗେରୁଆ ଉତରୀୟ ଦେଇ ଭାରତ ତରଫରୁ ଭବ୍ୟ ସ୍ୱାଗତ କରାଯାଇଛି । ଭିସା ମିଳିବାରେ ବିଳମ୍ବ ଯୋଗୁ ପାକିସ୍ତାନ ଟିମ ବିଳମ୍ବରେ ଭାରତ ପହଂଚିଛି । ଶୁକ୍ରବାର ପାକିସ୍ତାନ ଟିମ ହାଇଦ୍ରାବାଦରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ । ଏବଂ ଅକ୍ଟେବାର ୩ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଖେଳିବ ।