କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ଦଳକୁ ଲାଗିଛି ବଡ ଝଟକା । ଦଳର ବ୍ୟାଟ୍ସମ୍ୟାନ୍ ଶୋଏବ ମକସୁଦ ଆହତ ହୋଇ ଟି-୨୦ ବିଶ୍ୱକପ୍ ଦଳରୁ ବାଦ ପଡିଛନ୍ତି । ଶୋଏବ ମକସୁଦ ନିଜ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହା ପରେ ତାଙ୍କର ସ୍କାନିଂ କରାଯାଇଥିଲା । ଆଉ ଏବେ ସେ ବିଶ୍ୱକପ୍ ଦଳରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ ଏବେ ପାକିସ୍ତାନ ଦଳରେ ସାମିଲ ହୋଇଛନ୍ତି ସିନିୟର ଖେଳାଳି ଶୋଏବ ମଲ୍ଲିକ ।
ସୂଚନା ମୁତାବକ, ଶୋଏବ ମକସୁଦ ଅକ୍ଟୋବର ୬ ତାରିଖରେ ଲାହୋରରେ ଏକ ମ୍ୟାଚ୍ ଖେଳିବା ସମୟରେ ଆହତ ହୋଇଥିଲେ । ଏହାପରେ ତାଙ୍କର ଟେଷ୍ଟ କରାଯାଇଥିଲା । ଯାହା ପରେ ଆହତ ଜନିତ ସମସ୍ୟା ହେତୁ, ତାଙ୍କ ଦଳରୁ ବାହାର ହେବାକୁ ପଡିଛି । ତେବେ ତାଙ୍କ ବଦଳ ଖେଳାଳି ଭାବେ ପିସିବି ଶୋଏବ ମଲ୍ଲିକଙ୍କୁ ବିଶ୍ୱକପ୍ ଦଳରେ ସାମିଲ କରିଛି । ଶୋଏବ ମକସୁଦ ସ୍ଥାନୀୟ ଲିଗ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିଲେ । ଯେଉଁଥିପାଇଁ ତାଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ମିଳିଥିଲା । ହେଲେ ଆହତ ଜନିତ ସମସ୍ୟା ହେତୁ ଏବେ ତାଙ୍କୁ ବିଶ୍ୱକପଠୁ ଦୂରରେ ରହିବାକୁ ପଡିବ ।
Sohaib Maqsood ruled out, Shoaib Malik named replacement
More details: https://t.co/KieEuCVnnE#T20WorldCup
— PCB Media (@TheRealPCBMedia) October 9, 2021
ନଜର ପକାନ୍ତୁ, ପାକିସ୍ତାନର ଟି-୨୦ ବିଶ୍ୱକପ୍ ଟିମ ଉପରେ...
ବାବର ଆଜମ (ଅଧିନାୟକ), ସାଦାବ୍ ଖାନ, ଆସିଫ୍ ଅଲ୍ଲୀ, ଫଖର ଜମାନ, ହାଇଦର ଅଲ୍ଲୀ, ହାରିସ ଉରୁଫ୍, ହାସନ ଅଲ୍ଲୀ, ଇମାଦ ବସିମ, ମହମ୍ମଦ ହଫିଜ, ମହମ୍ମଦ ନବାଜ, ମହମ୍ମଦ ରିଜବାନ, ମହମ୍ମଦ ବସୀମ, ସରଫରାଜ ଅହମ୍ମଦ, ଶାହିନ ଶାହ ଆଫ୍ରିଦି ଓ ଶୋଏବ ମଲ୍ଲିକ
ରିଜର୍ଭ ଖେଳାଳି: ଖୁଶଦିଲ ଶାହ, ଶାହନବାଜ ଦହାନୀ, ଉର୍ସମାନ କାଦିର