ପାକିସ୍ତାନୀ ଆତଙ୍କବାଦୀ ଭାରତ ଉପରେ ଆଗାମୀ ଦିନରେ ବଡଧରଣର ହାମଲା କରିପାରନ୍ତି : ଆମେରିକା

ପାକିସ୍ତାନ ସମର୍ପିତ ଆତଙ୍କବାଦୀ ସମୁହ ଭାରତ ଓ ଆଫଗାନିସ୍ତାନରେ ଜାରି ରହିବ

109

କନକ ବ୍ୟୁରୋ : ପାକିସ୍ତାନ ସମର୍ପିତ ଆତଙ୍କବାଦୀ ସମୁହ ଭାରତ ଓ ଆଫଗାନିସ୍ତାନରେ ଜାରି ରହିବ ବୋଲି ଆମେରିକା କହିଛି । ଆମେରିକାର ସୁଫିଆର ଜଣେ ବରିଷ୍ଠ ଅଧିକାରୀ ଏପରି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ପ୍ରତ୍ୟେକ ସମୟରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି । ଆଗକୁ ମଧ୍ୟ ସେ ଏପରି ଭାବରେ ଆତଙ୍କବାଦୀକୁ ଜାଣିଶୁଣି ସମର୍ଥନ ଦେବ । ସାରା ଦେଶରେ ବର୍ତମାନ ଯେପରି ଭାବରେ ଆତଙ୍କବାଦ ବଢିବାରେ ଲାଗିଛି ତାହା ଆଗାମୀ ଦିନରେ ବିଶ୍ୱ ଉପରେ ପ୍ରତିକୂଳ ପରିସ୍ଥିତି ପକାଇବ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଜାତୀୟ ଗୁଇନ୍ଦାର ନିର୍ଦେଶ ଡାନ୍ କୋଟ୍ସ୍ ମଙ୍ଗଳବାର ଦିନ କହିଛନ୍ତି ଯେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଦଳ ଉଭୟ ଭାରତ ଓ ଆଫଗାନିସ୍ଥାନରେ ଆକ୍ରମଣ ଚାଲୁ ରଖିବେ।

ସେ ଯୋର୍ ଦେଇ କହିଛନ୍ତି ଯେ ଜୁଲାଇ ମଧ୍ୟ ଭାଗରେ ଆଫଗାନିସ୍ତାନରେ ରାଷ୍ଟ୍ରପତୀ ନିର୍ବାଚନ, ତାଲିବାନର ବଡ଼ ଧରଣର ଆକ୍ରମଣ, ଆତଙ୍କବାଦୀ ଦଳଗୁଡ଼ିକୁ ଦମନ କରିବାକୁ ପାକିସ୍ତାନର କୁଣ୍ଠାବୋଧ ଏବଂ ଭାତରେ ସାଧାରଣ ନିର୍ବାଚନ ଥିବାରୁ ୨୦୧୯ରେ ଦକ୍ଷିଣ ଏସୀୟ ରାଷ୍ଟ୍ର ସବୁ ଅଧିକ ଚାଲେଞ୍ଜ ସମ୍ମୁଖୀନ ହେବାକୁ ଯାଉଛନ୍ତି।ଆମେରିକୀୟ ଗୁଇନ୍ଦା ବିଭାଗର ମୁଖ୍ୟ କହିଛନ୍ତି ଯେ ଆତଙ୍କବାଦ ଦମନ କ୍ଷେତ୍ରରେ ପାକିସ୍ତାନର ସଂକୀର୍ଣ୍ଣ ମନୋଭାବ ଗ୍ରହଣ କରିବା ସହ ଆତଙ୍କ ଦଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି।

କେବଳ ପାକିସ୍ତାନ ପ୍ରତି ସିଧାସଳଖ ଯେଉଁ ଆତଙ୍କବାଦୀମାନେ ବିପଦ ବୋଲି ଜଣାପଡୁଛନ୍ତି, କେବଳ ସେହିମାନଙ୍କୁ ହିଁ ସେ ମୁକାବିଲା କରୁଛି। ବିଶ୍ୱବ୍ୟାପୀ ଆତଙ୍କବାଦୀ ଓ ସେ ଭଳି ଅନ୍ୟାନ୍ୟ ବିପଦ ସମୀକ୍ଷାକୁ ଆମେରିକୀୟ ଗୁଇନ୍ଦା ଏଜେନ୍ସିର ମୁଖ୍ୟ କୋଟ୍ସ୍ ସିନେଟ୍ ସିଲେକ୍ଟ୍ କମିଟି ସମ୍ମୁଖରେ ହାଜର ହୋଇ ଏ କଥା କହିଛନ୍ତି।