କନକ ବ୍ୟୁରୋ: ପାକିସ୍ତାନରେ ଭୋକର ଜର୍ଜରିତ ଦୃଶ୍ୟ ଦେଖିବାକୁ ମିଳୁଛି । ମାଗଣା ଅଟା ପାଇବାକୁ ବିଭିନ୍ନ ସ୍ଥାନରେ ଲାଗିଛି ଲମ୍ବା ଲାଇନ୍ । ଅଟା ଟିକେ ପାଇବାକୁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଦଳାଚକଟା ପରିସ୍ଥିତି, ଯେଉଁଥିରେ ଏବେଯାଏଁ ୫ଜଣ ପ୍ରାଣ ହରାଇଥିବା ଜଣାପଡିଛି । କିଛି ସ୍ଥାନରେ ବିତରଣ କେନ୍ଦ୍ର ଏବଂ ଟ୍ରକରୁ ଗହମ ଓ ଅଟାକୁ ଲୋକେ ଲୁଟି ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।

Advertisment

ପାକିସ୍ତାନ ଏବେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି । ଦେଶରେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଜୁଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ଏବେ ରମଜାନ୍୍ ଚାଲିଥିବାବେଳେ ଖାଦ୍ୟ ଗଣ୍ଡାଏ ପାଇବାକୁ ଲୋକେ ଡହଳ ବିକଳ ହେଉଛନ୍ତି । ଏପରି ସମୟରେ ଶେହବାଜ୍ ସରକାର ଲୋକଙ୍କୁୁ ମାଗଣା ଅଟା ବିତରଣ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଏହି ମାଗଣା ଅଟା ପାଇବାକୁ ଲୋକେ ପ୍ରାଣ ହରାଉଛନ୍ତି ।

ସୂଚନା ମୁତାବକ, ପୂର୍ବ ପଞ୍ଜାବର ବିତରଣ କେନ୍ଦ୍ରରେ ୨ ମହିଳାଙ୍କ ସମେତ ୪ଜଣଙ୍କର ଦଳାଚକଟାରେ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଅନ୍ୟ ସ୍ଥାନରେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।