କନକ ବ୍ୟୁରୋ : ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି । ସମସ୍ତ ମାମଲାରେ ମଧ୍ୟ ଇମ୍ରାନଙ୍କୁ ମିଳିଛି ଜାମିନ । ମେ ୧୭ ପର୍ଯ୍ୟନ୍ତ ଇମ୍ରାନଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି କୋର୍ଟ । ଏଥିସହ ଇମ୍ରାନଙ୍କୁ କଡ଼ା ସୁରକ୍ଷା ଯୋଗାଇବାକୁ କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ସେପଟେ କୋର୍ଟ ଅଲକାଦରୀ ଟ୍ରଷ୍ଟ ମାମଲାରେ ଇମ୍ରାନଙ୍କୁ ୧୪ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତିି ଇସଲାମାବାଦ କୋର୍ଟ । ସୂଚନା ଅନୁସାରେ ଶୁଣାଣୀ ପୂର୍ବରୁ କୋର୍ଟ ବାହାରେ ପାକିସ୍ତାନ ରେଂଜରର୍ସ ଓ ଇମ୍ରାନଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ଘଟଣା ସାମ୍ନାକୁ ଆସୁଛି ।କୋର୍ଟଙ୍କ ଜାମିନ ଉପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । କୋର୍ଟଙ୍କ ନିଷ୍ପତିକୁ ସେହେବାଜ ବିରୋଧ କରିଛନ୍ତି । ଇମ୍ରାନ କହିଛନ୍ତି ସ୍ଥିତି ଯାହାବି ହେଉ ସେ କଦାପି ପାକିସ୍ତାନ ଛାଡିବେ ନାହିଁ । ଅଲକାଦିର ଟ୍ରଷ୍ଟ ମାମଲାରେ ମଙ୍ଗଳବାର ଦିନ ଇସଲମାବାଦ କୋର୍ଟ ବାହାରୁ ପାକିସ୍ତାନ ରେଂଜରର୍ସ ଗିରଫ କରିଥିଲା । ଏହାକୁ ଇସଲମାବାଦ କୋର୍ଟ ବୈଧ କହିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଇମ୍ରାନ । ଗିରଫ ଘଟଣା ପରେ ଜଳିଥିଲା ପୂରା ପାକିିସ୍ତାନ । ହିଂସା ମାମଲାରେ ଏବେ ସୁଦ୍ଧ ଇମ୍ରାନଙ୍କ ୧୦ହଜାର ସମର୍ଥକଙ୍କୁ ଗିରଫ କରିସାରିଛି ପୁଲିସ । ସେପଟେ ପାକିସ୍ତାନରେ ଏମରଜେନ୍ସି ଲଗାଯାଇପାରେ । ସେହେବାଜ ସରିଫଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ନିଆଯିବ ।
ଇସଲାମାବାଦ ହାଇକୋର୍ଟରୁ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି । ଦେଶରେ ଏମରଜେନ୍ସି ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ କ୍ୟାବିନେଟର ପରାମର୍ଶ
/kanak/media/post_attachments/wp-content/uploads/2023/05/1-27.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)