ପଦାରେ ପଡିଲା ପାକିସ୍ତାନର ବ୍ୟାଟିଂ ଦୁର୍ବଳତା ! ୱେଷ୍ଟଇଣ୍ଡିଜ୍ ଆଗରେ ଧରାଶାୟୀ ହେଲା ଦଳ, ମାତ୍ର ୧୦୫ ରନରେ ଅଲଆଉଟ୍ ହେଲା ପାକିସ୍ତାନ ।

251

କନକ ବ୍ୟୁରୋ : ପଦାରେ ପଡିଲା ପାକିସ୍ତାନର ବ୍ୟାଟିଂ ଦୁର୍ବଳତା । ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରୁ ଖରାପ ପ୍ରଦର୍ଶନ କରିଛି ପାକିସ୍ତାନ । ମାତ୍ର ୨୧ ଓଭର ୪ଟି ବଲରେ ସମସ୍ତ ୱିକେଟ୍ ହରାଇ ୧୦୫ରନ୍ କରିବାକୁ ସମର୍ଥ ହୋଇଛି ପାକିସ୍ତାନ । ପ୍ରଥମରୁ ହିଁ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଥିଲା ପାକିସ୍ତାନ । ଜଣଙ୍କ ପରେ ଜଣେ ଖେଳାଳୀ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ସାମ୍ନା କରିନପାରି ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଛନ୍ତି । ତେବେ ୱେଷ୍ଟ ଇଣ୍ଡିଜକୁ ବିଜୟ ପାଇଁ ଏବେ ୧୦୬ ରନର ଆବଶ୍ୟକତା ରହିଛି ।

୨୦୧୯ କ୍ରିକେଟ୍ ବିଶ୍ୱକପର ଆଜି ଖେଳାଯାଉଛି ଦ୍ୱିତୀୟ ମ୍ୟାଚ୍ । ଆଉ ଏହି ହାଇଭୋଲଟେଜ୍ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ । ୱେଷ୍ଟଇଣ୍ଡିଜ୍ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଆସି ଇଣ୍ଡିଜ ବୋଲରଙ୍କ ଆଗରେ ଧରାଶାୟୀ ହୋଇଛନ୍ତି ପାକ୍ ବ୍ୟାଟ୍ସମ୍ୟାନ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଓସେନ୍ ଥୋମାସ୍ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ଜସନ୍ ହୋଲ୍ଡର ୩ଟି ଏବଂ ଆନ୍ଦ୍ରେ ରସେଲ ୨ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ପାକିସ୍ତାନ ଆରମ୍ଭରୁ ଚାପରେ ଥିଲା । ଦଳ ୨.୬ ଓଭରରେ ୧୭ ରନ୍‌ରେ ଇମାମ୍‌-ଉଲ୍‌-ହକ୍‌ଙ୍କୁ ହରାଇଥିଲା । ସେହିଭଳି ୩୫ ରନ୍‌ରେ ଫାକର ଜମାମ, ୪୫ ରନ୍‌ରେ ହରିସ ସୋହିଲ, ୬୨ ରନ୍‌ରେ ବାବର ଆଜମ, ୭୫ ରନ୍‌ରେ ସରଫରାଜ ଅହମଦ୍‌, ୭୭ ରନ୍‌ରେ ଇମାଦ ଓ୍ଵାସିମ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ । ଦଳୀୟ ସ୍କୋର ୭୮ ରନ୍‌ରେ ସାହାଦାବ ଖାନ, ୮୧ ରନ୍‌ରେ ହାସନ୍‌ ଅଲୀ, ୮୩ ରନ୍‌ରେ ମହମ୍ମଦ ହଫୀଜ ଓ ୧୦୫ ରନ୍‌ରେ ବହାବ ରିୟାଜ ୱେଷ୍ଟଇଣ୍ଡିଜର ଶିକାର ହୋଇଥିଲେ ।