ପାକିସ୍ତାନରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ବହିଷ୍କାର କରିବା ପାଇଁ ଏକ ଅଭିଯାନ ଚାଲିଛି । ରବିବାର ଦିନ ୬୫୦୦ ରୁ ଅଧିକ ଆଫଗାନିସ୍ତାନ ନାଗରିକ ତରଖମ ସୀମା ଦେଇ ପାକିସ୍ତାନ ଛାଡିଥିଲେ । ମୋଟ ଉପରେ ପାକିସ୍ତାନ ଛାଡୁଥିବା ଆଫଗାନିସ୍ତାନ ନାଗରିକଙ୍କ ସଂଖ୍ୟା ୧,୭୦,୦୦୦ ଅତିକ୍ରମ କରିଛି।

Advertisment

ପାକିସ୍ତାନ ସରକାର ନଭେମ୍ବର ୧ ସୁଦ୍ଧା ବେଆଇନ ଭାବେ ବାସ କରୁଥିବା ବିଦେଶୀ ନାଗରିକ ମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପାକିସ୍ତାନରେ ବେଆଇନ ଭାବେ ବାସ କରୁଥିବା ଆଫଗାନ ଶରଣାର୍ଥୀଙ୍କ ଅସୁବିଧା ବଢିବାରେ ଲାଗିଛି । ପାକିସ୍ତାନ ପୁଣି ଥରେ ୭୦ ହଜାର ଆଫଗାନ ଶରଣାର୍ଥୀଙ୍କୁ ଆଫଗାନିସ୍ତାନ ପଠାଇଦେଇଛି । ସୀମା ଅଧିକାରୀ କହିଛନ୍ତି ଯେ ରବିବାର ଦିନ ଆଫଗାନିସ୍ତାନ ନାଗରିକମାନଙ୍କୁ ତରଖମ ସୀମା ଦେଇ ବହିଷ୍କାର କରାଯାଇଛି । ବର୍ତ୍ତମାନ ତରଖମ ସୀମାରେ ଆଫଗାନିସ୍ତାନ ଶରଣାର୍ଥୀଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ଆଫଗାନିସ୍ତାନକୁ ଏପର୍ଯ୍ୟନ୍ତ ପଠାଯାଇଥିବା ମୋଟ ଲୋକଙ୍କ ସଂଖ୍ୟା ୧,୭୦,୦୦୦  ରେ ଯାଇ ପହଞ୍ଚିଛି । ପାକିସ୍ତାନ ସରକାର ସମସ୍ତ ପଞ୍ଜୀକୃତ ହୋଇନଥିବା ସମସ୍ତ ବିଦେଶୀ ନାଗରିକଙ୍କୁ ନଭେମ୍ବର ୧ ତାରିଖ ସୁଦ୍ଧା ଦେଶ  ଛାଡିବାକୁ ଚେତାବନୀ ଦେଇଛନ୍ତି ।  ଯାହା ପରେ ଅଫଗାନ ଶରଣାର୍ଥୀ ମାନଙ୍କର ଡରି ସ୍ଵେଚ୍ଛାକୃତ ଭାବେ ପାକିସ୍ତାନ ଛାଡିବା ପ୍ରକ୍ରିୟା ଚାଲିଛି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦେଶ ଛାଡି ନ ଥିବା ଶରଣାର୍ଥୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଧମକ ଦେଇଛନ୍ତି ।

ସମୟସୀମା ଶେଷ ହେଲା, ପ୍ରତ୍ୟାବର୍ତ୍ତନ ସଂଖ୍ୟା କମିଲା

ପାକିସ୍ଥାନ ଅଧିକାରୀଙ୍କ ସୂତ୍ରରୁ ଡନ୍ ଖବରକାଗଜ ପ୍ରକାଶ କରିଛି ଯେ ସେପ୍ଟେମ୍ବର ୧୭ ରୁ ରବିବାର ଯାଏ ମୋଟ ୧,୭୪,୩୫୮ ଆଫଗାନିସ୍ତାନ ନାଗରିକ ପାକିସ୍ତାନ ଛାଡିଛନ୍ତି । ସ୍ବେଚ୍ଛାକୃତ ଭାବେ ପ୍ରତ୍ୟାବର୍ତ୍ତନ ଜାରି ରହିଛି କିନ୍ତୁ ଦିନକୁ ଦିନ ସଂଖ୍ୟା ହ୍ରାସ ପାଉଛି । ଆଫଗାନିସ୍ତାନ ନାଗରିକଙ୍କ ସ୍ବେଚ୍ଛାକୃତ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ ସମୟସୀମା ସମାପ୍ତ ହେବା ପରେ ତୁରନ୍ତ ସୀମା ପାର ହୋଇ ବେଆଇନ ଅପ୍ରବାସୀ ସଂଖ୍ୟା ବହୁଳ ଥିଲା । ବର୍ତ୍ତମାନ ଏହା ହ୍ରାସ ପାଉଛି ।

କଏଦୀ ମାନଙ୍କୁ ମଧ୍ୟ ମୁକ୍ତ କରାଯାଉଛି

ସରକାରୀ ତଥ୍ୟ ଅନୁଯାୟୀ, ମହିଳା ଏବଂ ଶିଶୁଙ୍କ ସମେତ ୬୫୮୪ ଆଫଗାନିସ୍ତାନ ରବିବାର ଦିନ ପାକିସ୍ତାନ ଛାଡିଛନ୍ତି । ଶନିବାର ଦିନ ଖାଇବର ପଖତୁନ ଏବଂ ପଞ୍ଜାବର ବିଭିନ୍ନ ଜେଲରୁ ୨୦୯ ଜଣ କଏଦୀଙ୍କୁ ଅଫଗାନିସ୍ଥାନ ପ୍ରତ୍ୟାବର୍ତ୍ତନ କରାଯାଇଥିଲା ।

ପାଠ ଅଧାରୁ ଛାଡି ଫେରିବାକୁ ପଡୁଛି

ରିପୋର୍ଟ ଅନୁସାରେ ଅଫଗାନିସ୍ଥାନ ଫେରୁଥିବା କିଛି ଲୋକ ସେମାନକର ଶିକ୍ଷା ସମ୍ପୂର୍ଣ ନ କରି ଅଧାରୁ ଫେରିଛନ୍ତି । ସେମାନକ ପାଇଁ ଶିକ୍ଷା ସମ୍ପୂର୍ଣ କରିବା ଏବେ ଚିନ୍ତାର ବିଷୟ ହେଇଛି । କାରଣ ସେମାନକ ପାଖରେ ପଢିଥିବା ପାଠର କୌଣସି ବୈଧ ଦସ୍ତାବିଜ ନାହିଁ ।

ସମାଲୋଚନାର ଶିକାର ପାକିସ୍ଥାନ ସରକାର

ପାକିସ୍ଥାନ ସରକାର ଡରାଇ ଧମକାଇ ଲକ୍ଷ ଲକ୍ଷ ଶରଣାର୍ଥୀଙ୍କୁ ଦେଶରୁ ବିତାଡିତ କରିବା ପଦକ୍ଷେପକୁ ଆନ୍ତର୍ଜାତୀୟ ମାନବାଧିକାର ସଂସ୍ଥା ସମାଲୋଚନା କରିଛି ।