ପାକିସ୍ତାନ ଉପରେ ବିଶ୍ୱାସ କରିବା କୌଣସି ଦେଶ ପାଇଁ କାଠିକର ପାଠ ସାବ୍ୟସ୍ତ ହୋଇପାରେ । ଭାରତ ସ୍ୱୟଂ ପାକ୍ ର ଦୋମୁହାଁ ଚରିତ୍ରର ଭୁକ୍ତଭୋଗୀ ସାଜିସାରିଛି । ପୁୁୁୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତର ଶକ୍ତ ନୀତିକୁ ଆପଣାଇବାରେ ପାକ୍ ଥରହର ହୋଇଛି । ଏବେ ପାକ୍ ଭାରତ ସହ ପୁନଶ୍ଚ ନିଜର ସଂପର୍କକୁ ସୁଧାର କରିବା ପାଇଁ ଚେଷ୍ଟା ଚଲାଇଛି କିନ୍ତୁ ସୂତ୍ର ମୁତାବକ ଭାରତ ପାକ୍ କୁ ଏନେଇ କହିଛି ଯେ ଯେଉଁ ପର୍ଯ୍ୟନ୍ତ ପାକ୍ ନିଜ ଅଧିନରେ ଥିବା ଆତଙ୍କବାଦୀ ଗତିବିଧି ତଥା କ୍ୟାମ୍ପକୁ ସୀମାରୁ ବାହାର ନ କରିଛି ସେ ପର୍ଯ୍ୟନ୍ତ ଭାରତୀୟ ସେନା କୌଣସି ପ୍ରସ୍ତାବକୁ ଗ୍ରହଣ କରିବ ନାହିଁ ।
ସୂତ୍ରାନୁସାରେ , ପାକ୍ କିଛି ମାସରୁ ଭାରତକୁ ଅନେକ ପ୍ରସ୍ତାବ ପଠାଇସାରିଛି । ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନା ପଲଟା ଆକ୍ରମଣ କରିବା ଆରମ୍ଭ କରିଦେଇଛି ଯଦ୍ୱାରା ଆତଙ୍କବାଦୀ ଭାରତରେ ପଶିବାର ସାହସ ମଧ୍ୟ ଜୁଟାଇ ପାରୁନାହାନ୍ତି । ଏପ୍ରିଲ ମାସରେ ଆତଙ୍କବାଦୀଙ୍କ ଭାରତରେ ପ୍ରବେଶ ଅଧିକ ବଢିଯାଏ କିନ୍ତୁ ଚଳିତ ବର୍ଷ ଏଭଳି କିଛି ଅନୁଭୁତ ହୋଇନାହିଁ । ଯାହା ଫଳରେ ଲଗାତାର ଏଲଓସିରେ ଆତଙ୍କବାଦୀଙ୍କ ଲଞ୍ଚ୍ ପେଡ୍ ଅଧିକ ହେବାରେ ଲାଗିଛି । ଯାହା ପାକ୍ ସେନା ଏବଂ ଗୁଇନ୍ଦା ବିଭାଗ ଆଇଏସଆଇ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/manipur-1510719200.jpg)
/kanak/media/post_attachments/wp-content/uploads/2019/05/Imran-Khan-PM-750x369-300x148.jpg)