କନକ ବ୍ୟୁରୋ : ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଦୁଇ ଦେଶର ଲଢ଼ୁଆ ବିମାନ ପୁଣି ମୁହାଁମୁହିଁ ହୋଇଛନ୍ତି। ତେବେ କିଛି ସମୟ ମଧ୍ୟରେ ପରିସ୍ଥିତି ଶାନ୍ତ ପଡ଼ିଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରତ୍ୟୁଷ ୩ଟା ବେଳେ ଭାରତୀୟ ସୀମା ନିକଟ ପଞ୍ଜବାର ଖେମକରେନ ସେକ୍ଟରରେ ପାକିସ୍ତାନୀ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଥିଲା। ଏହାକୁ ମାରି ଖସାଇବା ଲାଗି ଭାରତୀୟ ବାୟୁସେନା ଏହାର ଦୁଇଟି ସୁଖୋଇ ବିମାନକୁ ପଠାଇଥିଲା। ଏହାପଛକୁ ମିରେଜ ବିମାନକୁ ମଧ୍ୟ ପଠାଯାଇଥିଲା।
/kanak/media/post_attachments/wp-content/uploads/2019/04/iaf_tejas_full_size_32941198511.jpg)