ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ  ସାହିଦ ଲତିଫକୁ ଗତ ୧୧ ତାରିଖରେ ଅଜଣା ଆତତାୟୀ ମାନେ ଗୁଳି କରି ହତ୍ୟା କରିଥିଲେ । ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ସାହିଦ ଲତିଫ । ଭାରତୀୟ ଏଜେନ୍ସିର ରାଡ଼ାରରେ ଥିଲା ।

Advertisment

ସାହିଦ ଲତିଫର ହତ୍ୟାକୁ ଆତଙ୍କବାଦୀ ଘଟଣା ଭାବେ ଚିତ୍ରଣ କରୁଛି ପାକିସ୍ତାନ । ଏହି ଘଟଣାରେ ତିନିଜଣ ଆରୋପୀଙ୍କୁ ଗିରଫ କରିଛି ବୋଲି ପାକିସ୍ତାନ ପୋଲିସ ଦାବି କରୁଛି । ପାକିସ୍ତାନ ପୋଲିସର ବିବୃତ୍ତି ଅନୁସାରେ ଏହି ହତ୍ୟାରେ ଆମେ ବଡ଼ ପ୍ରମାଣ ପାଇଛୁ । ଏହି ହତ୍ୟାରେ ଗୋଟେ ଦେଶର ଗୁଇନ୍ଦା ସଂସ୍ଥାର ହାତ ଅଛି କିନ୍ତୁ ପାକିସ୍ତାନ ସେହି ଦେଶ ଏବଂ ଏଜେନ୍ସିର ନାମ କହିନାହିଁ ।

ପାକିସ୍ତାନ ପୋଲିସ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସାହିଦ ଲତିଫର ହତ୍ୟାକୁ ଆତଙ୍କବାଦୀ ଘଟଣା ବୋଲି କହୁଛି । କାହାର ନାମ ନନେଇ ଏହାକୁ ଆତଙ୍କବାଦୀ ଘଟଣା କହି ଏଥିରୁ ସମସ୍ତଙ୍କ ନଜର ହଟେଇବାକୁ ଚାହୁଁଛି ପାକିସ୍ତାନ । ପାକିସ୍ତାନ କହିବା  ଅନୁସାରେ ଏହା ପଛରେ ଗୋଟେ ଦେଶର ଗୁଇନ୍ଦା ସଂସ୍ଥାର ସମ୍ପୂର୍ଣ ଭୂମିକା ରହିଛି । ଆମ ପାଖରେ ଏହାର ପ୍ରମାଣ ଅଛି । ଆମେ ଯଥାଶୀଘ୍ର ଏହାକୁ କୋର୍ଟରେ ରଖିବୁ । ଏହି ଘଟଣାରେ ତିନିଜଣ ଆରୋପୀଙ୍କୁ ଗିରଫ କରାଯାଇଛି ।

publive-image

ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ସହ ଜଡ଼ିତ ଥିବା ସାହିଦ ଲତିଫପଠାନକୋଟ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା । ତା ବିରୁଦ୍ଧରେ ଭାରତର ଯାଞ୍ଚ ଏଜେନ୍ସି ଏନଆଇଏ  ଦେଶଦ୍ରୋହ ଅପରାଧରେ କେଶ ରୁଜୁ କରିଥିଲା । ସାହିଦ ଲତିଫ ଭାରତ ସରକାରଙ୍କ ଦ୍ଵାରା ଜାରି ଆତଙ୍କବାଦୀ ଲିଷ୍ଟରେ ଥିଲା । ତିନିଦିନ ପୂର୍ବେ ୧୧ ଅକ୍ଟୋବରରେ ସିଆଲକୋଟର ଏକ ମସଜିଦ ବାହାରେ ଅଜଣା ଆତତାୟୀ ମାନେ ତାକୁ ଗୁଳି କରି ହତ୍ୟା କରିଥିଲେ । ପଞ୍ଜାବର ପଠାନକୋଟରେ ୨୦୧୬ ରେ ଭାରତୀୟ ବାୟୁସେନାଏ ଏଆରବେସ ଉପରେ ଆତଙ୍କବାଦୀ ଆକ୍ରମଣ ଆକ୍ରମଣ ହେଇଥିଲା । ଏହି ଘଟଣାରେ ଭାରତର ସାତ ଜଣ ଯବାନ ଶହୀଦ ହୋଇଥିଲେ ।

ଗୁଳିକାଣ୍ଡରେ ସାହିଦ ଲତିଫ ସହ ତିନିଜଣଙ୍କର ମୃତ୍ୟୁ ହେଇଥିଲା

ପାକିସ୍ତାନରେ ବୁଧବାର ଦିନ ସକାଳେ ଲାହୋର ଠାରୁ ୧୦୦ କିଲୋମିଟର ଦୂର ପଞ୍ଜାବ ପ୍ରାନ୍ତର  ଦସ୍କ ସହରରେ  ସାହିଦ ଲତିଫ ନିଜ ସୁରକ୍ଷାକର୍ମୀ ହାସୀମ ସହ ନମାଜ ପଢିବାକୁ ଯାଇଥିଲା । ଫେରିବା ସମୟରେ ତିନିଜଣ ଆକ୍ରମଣକାରୀ ତା ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ସାହିଦ ଓ ହାସୀମର ଘଟଣାସ୍ଥଳରେ ହିଁ ମୃତ୍ଯୁ ହୋଇଯାଇଥିଲା । ତାର ସହଯୋଗୀ । ତାର ଅନ୍ୟଜଣେ ନିକଟ ସହଯୋଗୀ ମୌଲାନା ଆତତାୟୀଙ୍କ ଗୁଳିରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଇଥିଲା । ଗୁରୁବାର ଦିନ ଡାକ୍ତରଖାନାରେ ତାର ମୃତ୍ଯୁ ହେଇଛି ।

ଏହି ଘଟଣା ପଛରେ ଏକ ବିଦେଶୀ ଗୁପ୍ତଚର ସଂସ୍ଥାର ହାତ ରହିଛି

ସାହିଦ ଲତିଫ ହତ୍ୟା ପଛରେ ଏକ ଦେଶର ଗୁପ୍ତଚର ସଂସ୍ଥାର ହାତ ରହିଛି ଏବଂ ଏହାକୁ ଏକ ଆତଙ୍କବାଦୀ ଘଟଣା କହି ପାକିସ୍ତାନ ବିଶ୍ବର ଦୃଷ୍ଟି ଆକର୍ଷଣ କରିବାର ବିଫଳ ପ୍ରୟାସ କରିଛି । କାହା ନାଁ ନେଇ ପାକିସ୍ତାନ ଏହାକୁ ଏକ ଷଡଯନ୍ତ୍ର ବୋଲି କହୁଛି । ସିନ୍ଧ ପ୍ରାନ୍ତର ପୋଲିସ ମହାନିର୍ଦ୍ଦେଶକ ଉସମାନ ଅନବର ଏକ ବିବୃତ୍ତିରେ କହିଛନ୍ତି ଯେ ଏମିତି ଏକ ଦେଶ ଅଛି ଯିଏ ପାକିସ୍ତାନରେ ଏହିପରି ଆକ୍ରମଣ କରି ଆସୁଛି । ଆମେ ତିନିଜଣ ଯାକ ହତ୍ୟାକାରୀଙ୍କୁ ଗିରଫ କରିସାରିଛୁ । ଅନ୍ୟ ସନ୍ଦିଗ୍ଧ ମାନଙ୍କୁ ମଧ୍ୟ ସିଆଲକୋଟ, ଲାହୋର, ପାକପଟ୍ଟନ, କସୁର ଏବଂ ପଞ୍ଜାବର ଅନ୍ୟ ଜିଲ୍ଲା ମାନଙ୍କରୁ ଅଟକ ରଖିଛୁ । ସେମାନଙ୍କୁ ପଚରାଉଚୁରା ଚାଲିଛି ।

ଆମ ପାଖରେ ପ୍ରମାଣ ଅଛି , କୋର୍ଟରେ ଦେଖେଇବୁ : ପାକିସ୍ତାନ

ପୋଲିସ ପ୍ରମୁଖ  କହିଛନ୍ତି ଏହି ହତ୍ୟାକାଣ୍ଡର ଯୋଜନା ପାକିସ୍ତାନ ବାହାରେ ତିଆରି ହୋଇଥିଲା ।  ଏଥିରେ ଗୋଟେ ଦେଶର ଗୁପ୍ତଚର ସଂସ୍ଥାର ଜଣେ ବ୍ଯକ୍ତିର  ହାତ ରହିଛି । ଆମ ପାଖରେ ସବୁ ରେକର୍ଡ ଅଛି କି ..କିଏ ସେ ବ୍ୟକ୍ତି, କେଉଁଠୁ ଆସିଥିଲା , କାହା କାହା ସହିତ ସାକ୍ଷାତ କରିଥିଲା ଆହୁରି ମଧ୍ୟ ତାର ଜିଓ ଲୋକେସନର ସନ୍ଧାନ ମଧ୍ୟ ଆମେ ପାଇଛୁ । ସେ ୬ ଅକ୍ଟୋବର ରୁ ୯ ଅକ୍ଟୋବର ମଧ୍ୟରେ ଏଠାକୁ ଆସିଥିଲା ଏବଂ ୧୧ ଅକ୍ଟୋବରରେ ଏହି ଘଟଣାକୁ ରୂପ ଦିଆଯାଇଥିଲା । ଆମେ ଏହି ଘଟଣାରେ ଜଡ଼ିତ ଥିବା ସମସ୍ତଙ୍କ ଉପରେ ନଜର ରଖିଛୁ , କିଛି ଲୋକଙ୍କୁ ଅଟକ ମଧ୍ୟ ରଖିଛି । ସମୟ ଆସିଲେ ଏହି ସବୁ ପ୍ରମାଣ ଆମେ କୋର୍ଟରେ ଦାଖଲ କରିବୁ । ସିଆଲକୋର୍ଟର ଜିଲ୍ଲା ପୋଲିସ ଅଧିକାରୀ ମହମ୍ମଦ ହସନ ଏହାକୁ ଏକ ଟାର୍ଗେଟ କିଲିଙ୍ଗ ଏବଂ ଆତଙ୍କବାଦୀ ଘଟଣା ବୋଲି କହିଛନ୍ତି ।

ଭାରତରେ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା ସାହିଦ ଲତିଫ

୫୦ ବର୍ଷୀୟ ସାହିଦ ଲତିଫ ୧୯୯୪ ମସିହାରେ ଆତଙ୍କବାଦୀ ଘଟଣାରେ ଭାରତରେ ଗିରଫ ହୋଇ ଜେଲରେ ଥିଲା । ସଜା କାଟିବା ପରେ ୨୦୧୦ରେ ଜେଲରୁ ମୁକ୍ତ ହେଇଥିଲା । ତାକୁ ପାକିସ୍ତାନ ପଠେଇ ଦିଆଯାଇଥିଲା । ସାହିଦ ପାକ ଅଧିକୃତ କାଶ୍ମୀରର ବାସିନ୍ଦା ଥିଲା । ବହୁ ବର୍ଷ ଧରି ଦସ୍କରେ ସେ ନୂରୀ-ଏ-ମଦିନା ମସଜିଦର ପ୍ରଶାସକ ରୂପେ କାମ କରୁଥିଲା । ଭାରତରେ ବହୁ ଆତଙ୍କବାଦୀ ଘଟଣାରେ ସିଏ ସାମିଲ ଥିଲା । ପଠାନକୋଟ ମାମଲା ତା ମଧ୍ୟରୁ ଅନ୍ୟତମ ।