ପାକିସ୍ତାନରେ ତୁଟିବ ରାଜନୈତିକ ଅଚଳାବସ୍ଥା । ପିିପିପି ଓ ପିଏମଏଲ-ଏନ ମଧ୍ୟରେ ମେଂଟ ସରକାର ଫର୍ମୂଲା ଉପରେ ମୋହର

101

କନକ ବ୍ୟୁରୋ : ପାକିସ୍ତାନରେ ପୁଣିଥରେ ଚାଲିବ ସରିଫ୍ ରାଜ । ଦ୍ୱିତୀୟ ଥର ପାଇଁ ପାକ୍ ପ୍ରଧାନମନ୍ତ୍ରୀ ହେବେ ପିଏମଏଲ-ଏନର ସେହୱାଜ ସରିଫ୍, ରାଷ୍ଟ୍ରପତି ଆସନରେ ବସିବେ ପିପିପିର ଆସିଫ ଅଲ୍ଲୀ ଜର୍ଦ୍ଦାରୀ । ନିର୍ବାଚନ ଫଳାଫଳର ଦେଢ ସପ୍ତାହ ପରେ ପାକିସ୍ତାନରେ ସରକାର ଗଠନ ନେଇ ଉଭୟ ଦଳଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ନୱାଜ ସରିଫଙ୍କ ଭାଇ ସେହୱାଜ୍ ସରିଫଙ୍କୁ ବିଲାୱଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ବାଟ ଛାଡିଛନ୍ତି । ସେହିପରି ବିଲାୱଲଙ୍କ ବାପା ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ରାଷ୍ଟ୍ରପତି ହେବା ପ୍ରସ୍ତାବରେ ରାଜି ହୋଇଛନ୍ତି ସରିଫ୍ ବ୍ରଦର୍ସ । ପୂର୍ବରୁ ୨୦୦୮ରୁ ୨୦୧୩ ଯାଏ ମଧ୍ୟ ପାକିସ୍ତାନର ରାଷ୍ଟ୍ରପତି ଥିଲେ ଆସିଫ ଅଲ୍ଲି ଜର୍ଦ୍ଦାରି ।

ଚଳିତ ନିର୍ବାଚନରେ ପାକିସ୍ତାନରେ କୌଣସି ଦଳକୁ ବହୁମତ ମିଳି ନଥିଲା । ମ୍ୟାଜିକ ନମ୍ବର କୌଣସି ଦଳ ପାଖରେ ନଥିବାରୁ ସରକାର ଗଠନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଇମରାନ ଖାନଙ୍କ ପିଟିଆଇ ସମର୍ଥିତ ପ୍ରାର୍ଥୀ ସବୁଠୁ ଅଧିକ ଆସନ ଜିତିଥିଲେ ମଧ୍ୟ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲେ । ୧୨ଦିନ ପରେ ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ଅସ୍ତିରତା ଶେଷ ହୋଇଥିବା ବେଳେ ଖୁବଶୀଘ୍ର ଶପଥ ନେବ ନୂଆ ସରକାର ।

ପାକିସ୍ତାନରେ ଗଠନ ହେବାକୁ ଯାଉଛି ନୂଆ ସରକାର । ତେବେ ଏହି ମେଂଟ ସରକାର ସ୍ୱୟଂଚାଳିତ ହେବ ନା ସେନାର କତୃତ୍ୱରେ ରହିବ ତାକୁ ନେଇ ଚର୍ଚ୍ଚା ।