ଭାରତରେ ଆକ୍ରମଣ ପାଇଁ ନୂଆ ଷଡଯନ୍ତ୍ର । ଆଫଗାନିସ୍ତାନରୁ ଆତଙ୍କବାଦୀ ଆଣୁଛି ପାକିସ୍ତାନ!

289

କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ସର୍ମ୍ପକ ଦିନକୁ ଦିନ ବିଗିଡିବାରେ ଲାଗିଛି । କାଶ୍ମୀର ସମେତ ଭାରତରେ ହିଂସାକାଣ୍ଡ ଭିଆଇବାକୁ ଜୋରଦାର ଉଦ୍ୟମ କରୁଛି ପାକିସ୍ତାନ । ଆଉ ଏସବୁ ଭିତରେ ଆତଙ୍କବାଦୀଙ୍କୁ ସାଥୀ କରି ଭାରତରେ ବଡ ଧରଣର ଆକ୍ରମଣ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ପାକ୍ । ଆଉ ଏଥିପାଇଁ ଆଫଗାନିସ୍ତାନରୁ ଆତଙ୍କବାଦୀଙ୍କୁ ନିଯୁକ୍ତ କରାଯାଉଥିବା ଗୁଇନ୍ଦା ବିଭାଗରୁ ସୂଚନା ମିଳିଛି । ଆଫଗାନୀ ଓ ପାସ୍ତୋ ଭାଷାଭାନଷୀ ଯୁବକଙ୍କୁ ଆତଙ୍କବାଦୀ ଭାବେ ନିଯୁକ୍ତି ଦେବା ଲାଗି ପାକିସ୍ତାନ ପାକ-ଅଧିକୃତ କଶ୍ମୀରରେ ନିୟୋଜିତ କରୁଛି।

କଶ୍ମୀରର ସ୍ଥିତି ଦେଖି ଗୁଇନ୍ଦା ବିଭାଗ କହିଛି କି, କିଛି ଦିନ ମଧ୍ୟରେ କଶ୍ମୀରରେ ଅଣ-କଶ୍ମୀରୀ ଓ ଉର୍ଦ୍ଦୁ କହି ପାରୁ ନ ଥିବା ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିଛି । ବର୍ତ୍ତମାନ ପାକିସ୍ତାନ ଜମ୍ମୁ ଓ କଶ୍ମୀରରେ ଆଫଗାନୀ ଓ ପାସ୍ତୋ ଭାଷା କହୁଥିବା ଆତଙ୍କବାଦୀଙ୍କୁ ପ୍ରବେଶ କରାଇବା ଯୋଜନା କରୁଛି ।

କିଛି ଦିନ ତଳେ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଖେବର ପଖତୁନଖ୍ଵାରେ ଏକ ବୈଠକ ବସିଥିଲା । ସେଠାରେ ପାକିସ୍ତାନୀ ସେନା ଓ ଆଇଏସଆଇ ପକ୍ଷରୁ ଆତଙ୍କବାଦୀ କମାଣ୍ଡରଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।